କେବେ ସେହୱାଗ ମିଳିଲେ ବହୁତ ମାରିବି, ଏମିତି କାହିଁକି କହିଲେ ପାକିସ୍ତାନ ଖେଳାଳି ?

1 min read

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ସବୁବେଳ ପାଇଁ ପ୍ରଥମ ପସନ୍ଦ ଭାରତ-ପାକିସ୍ତାନ ମ୍ୟାଚ୍ । ପାରସ୍ପାରିକ ତିକ୍ତତା ମଧ୍ୟରେ ବର୍ଷ ବର୍ଷ ଧରି ୨ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ଖେଳା ଯାଇନାହିଁ । ଦୁଇଟି ଯାକ ଦଳ ଆଇସିସି ଟୁର୍ଣ୍ଣାମେଣ୍ଟ ଜରିଆରେ ହିଁ ସାମ୍ନାକୁ ଆସିଛି । ଦୁଇଟି ଦଳ ଯେତେବେଳେ ବି ମଇଦାନକୁ ଆସିଛନ୍ତି ସେତେବେଳେ ସୋଏବ ଅଖତର ଚର୍ଚ୍ଚାରେ ରହି ଆସିଛନ୍ତି ।

ଏହାସହ ଟିମ୍ ଇଣ୍ଡିଆ ତରଫରୁ ବୀରେନ୍ଦ୍ର ସେହୱାଗ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ଯଦିଓ ମଇଦାନ ବାହାରେ ଦୁଇଜଣଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା । ଏଥର ଦୁଇଜଣ ରଥିଙ୍କ ବିରେଧରେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ସେହୱାଗଙ୍କ ଏକ କମେଣ୍ଟରେ ଅଖତର କହିଛନ୍ତି ଯେଉଁଦିନ ସେହୱାଗ ମିଳିଯିବେ ତାଙ୍କୁ ବହୁତ ପିଟିବି । ଏହାକୁ ନେଇ ସେହୱାଗ ଟ୍ୱିଟରରେ ମଜାଳିଆ ଅନ୍ଦାଜରେ କମେଣ୍ଟ ଦେଇଥିଲେ ।

ନିକଟରେ ସୋଏବ ଅଖତର ଟ୍ୱିଟରରେ ଗୋଟିଏ ଫଟୋ ସେୟାର କରିଛନ୍ତି । ଏଥିରେ ସେ ଏକ ସୁଟ୍ ପିନ୍ଧିଥିବାର ନଜର ଆସିଥିଲା ଆଉ ଏଥିରେ ଅଖତର ଲେଖିଥିଲେ ଏହା ମୋର ନୂଆ ଲୁକ୍ । ଆଶା କରୁଛୁ ତୁମକୁ ପସନ୍ଦ ଆସିବ । ଆଉ ଏଥିରେ ସେହୱାଗ ଲେଖିଥିଲେ ଅର୍ଡର ଲେଖ, ଏକ ଚିକେନ୍, ଦୋ ନାନ୍ ଅର୍ ବିୟର ।

ଅଖତର ୟୁଟ୍ୟୁବ୍ ଚ୍ୟାନେଲରେ ଦେଲେ ଉତ୍ତର

ସେହୱାଗଙ୍କ ଏହି କମେଣ୍ଟକୁ ନେଇ ସୋଏବଙ୍କୁ ନିକଟରେ ୟୁଟ୍ୟୁବ୍ ଚାଟ ମାଧ୍ୟମରେ ପଚରା ଯାଇଥିଲା । ଆଉ ଏହାର ଉତ୍ତରରେ ପ୍ରଥମେ ହସିଥିଲେ ଆଉ କହିଥିଲେ ‘ଅଗର ସେହୱାଗ ମିଲ ଗେୟା ତୋ ବହତ ମାରୁଙ୍ଗା’ (ଯେଉଁଦିନ ସେହବାଗ ମିଳିଯିବେ ବହୁତ ମାରିବି) ।

୧୦ ବର୍ଷ ହେବ ଦୁଇ ଦେଶ ମଧ୍ୟରେ କୌଣସି ବି ସିରିଜ୍ ଖେଳାଯାଇ ନାହିଁ । ଦୁଇ ଦଳ ମଧ୍ୟରେ ଶେଷ ସିରିଜ ୨୦୧୨ ଡିସେମ୍ବରରେ ଖେଳା ଯାଇଥିଲା । ସେତେବେଳେ ପାକିସ୍ତାନ ଟିମ୍ ଭାରତ ଗସ୍ତରେ ଆସିଥିଲା । ଏଠାରେ ଦୁଇ ଦଳ ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜ୍ ଖେଳା ଯାଇଥିବା ବେଳେ ଉଭୟ ଦଳ ଗୋଟିଏ ଲେଖାଏ ମ୍ୟାଚ୍ ଜିତିଥିଲେ ।