ମହା-ଭାରତ: ଉଦ୍ଧବଙ୍କ ବୈଠକରେ ୮ ମନ୍ତ୍ରୀ ଗାୟବ, ସିନ୍ଧେଙ୍କ ସପକ୍ଷରେ ୪୬ ବିଧାୟକ

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ରରେ ରାଜନୈତିକ ସଂକଟ ଶୀର୍ଷରେ  । ଉଦ୍ଧବ ସରକାରର ଆସନ ଯିବା ସୁନିଶ୍ଚିତ  । ଏକନାଥ ସିନ୍ଧେଙ୍କ ମାଷ୍ଟରଷ୍ଟ୍ରୋକରେ ଶିବସେନାର ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେର ଆଉଟ ହୋଇସାରିଛନ୍ତି  । କେବଳ ଯାହା ଘୋଷଣାକୁ ବାକି ରହିଛି  । ତେବେ ସବୁଠାରୁ ବଡ଼ କଥା ହେଉଛି, ଶିବସେନାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅପରାହ୍ନରେ ବସିଥିବାବେଳେ ଭର୍ଚ୍ଚୁଆଲରେ ଯୋଡି ହୋଇଥିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେର  । ତେବେ ମିଟିଙ୍ଗରେ କଣ ନିଷ୍ପତ୍ତି ହୋଇଛି ଥାହା ଜଣା ପଡିନଥିବାବେଳେ ବୈଠକ ପୂର୍ବରୁ ୮ ମନ୍ତ୍ରୀ ଗାୟବ ହୋଇଯାଇଛନ୍ତି  । ଦଳରେ ଏବଂ ସରକାରରେ ଏକନାଥ ସିନ୍ଧେଙ୍କୁ ଉପେକ୍ଷା କରାଯାଉଥିବାବେଳେ, ଖୋଦ ଉଦ୍ଧବଙ୍କ ପୁଅ ଆଦିତ୍ୟ ନିଜର ଅଧିପତ୍ୟ ଜାହିର କରୁଥିଲେ  । ଏମିତିକି ଏକନାଥଙ୍କ ବିଭାଗରେ ମଧ୍ୟ ଆଦିତ୍ୟ ହସ୍ତକ୍ଷେପ କରୁଥିବା ଅଭିଯୋଗ ଆଣିଥିଲେ ଏକନାଥ  । ଅର୍ଥାତ ମହାରାଷ୍ଟ୍ରର ବର୍ତ୍ତମାନ ରାଜନୈତିକ ଦୃଷ୍ୟପଟ୍ଟକୁ ଅନୁଶୀଳନ କଲେ, ଏକଥା ସ୍ପଷ୍ଟ ଯେ ଉଦ୍ଧବଙ୍କ ପାଖରେ ନାହିଁ ସଂଖ୍ୟା ଗଣିତ  ।

ସେପଟେ ଶିବସେନାର ଅସନ୍ତୁଷ୍ଟ ନେତା ଏକନାଥ ସିନ୍ଧେଙ୍କ ସପକ୍ଷରେ ବଢି ଚାଲିଛି ବିଧାୟକଙ୍କ ସମର୍ଥନ  । ବର୍ତ୍ତମାନ ଏକନାଥଙ୍କ ସପକ୍ଷରେ ୪୬ ବିଧାୟକଙ୍କ ସମର୍ଥନ ରହିଥିବା ଦାବି କରିଛନ୍ତି  । ଏକଥା ମଧ୍ୟ ଏକନାଥ କହିଛନ୍ତି ଯେ, ଶିବସେନା କେବେ ଅଲଗା ନୁହେଁ  । ଏକଥା ସ୍ପଷ୍ଟକରୁଛି ଯେ, ଯଦି ଏକନାଥଙ୍କ ସପକ୍ଷରେ ଶିବସେନାର ସମସ୍ତ ବିଧାୟକ ରହିଛନ୍ତି  । ତେବେ ଉଦ୍ଧବ ଠାକେରଙ୍କ ସପକ୍ଷରେ କିଏ ଅଛନ୍ତି  । କଣ ଉଦ୍ଧବ ଠାକେରଙ୍କୁ ନେତା ମାନୁନାହିଁ ଶିବସେନା ? ବର୍ତ୍ତମାନ ସୁଦ୍ଧା ଆସାମ ରାଜଧାନୀ ଗୌହାଟୀର ଏକ ହୋଟେଲର ଶିବସେନାର ୩୩ ବିଧାୟକ ପ୍ରତ୍ୟେକ୍ଷ ଭାବେ ଉପସ୍ଥିତ ରହିଛନ୍ତି  । ୨ ସ୍ୱାଧିନ ବିଧାୟକ ମଧ୍ୟ ଏକନାଥଙ୍କ ସମପକ୍ଷରେ ଉପସ୍ଥିତ ରହିଛନ୍ତି  । ଅନ୍ୟପଟେ ଆଉ ୨ଜଣ ବିଧାୟକ ମୁମ୍ବାଇରୁ ଗୌହାଟୀ ଅଭିମୁଖେ ଗସ୍ତ କରିଛନ୍ତି  ।

ମଧ୍ୟାହ୍ନରେ ଶିବସେନା ଜାରି କରିଥିଲା ହ୍ୱିପ୍  । ମୁମ୍ବାଇରେ ସମସ୍ତ ବିଧାୟକ ଉପସ୍ଥିତ ରହିବା ସହ ସଂଧ୍ୟାରେ କ୍ୟାବିନେଟ ବୌଠକରେ ଯୋଗଦେବାକୁ କୁହାଯାଇଥିଲା  । କିନ୍ତୁ ସମୟ ଅତିକ୍ରାନ୍ତ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ମଧ୍ୟ କ୍ୟାବିନେଟ ବସିପାରି ନାହିଣଁ  । ସେପଟେ ଶିବସେନାର ଏକ ବୌଠକ ଆହୁତ ହୋଇ ଯାଇଛି  । ଉଦ୍ଧବ ଠାକେର କୋଭିଡ ସଂକ୍ରମିତ ହୋଇଥିବାବେଳେ ସେ ଭର୍ଚ୍ଚୁଆଲ ମୋଡରେ ଉପସ୍ଥିତ ରହିଥିଲେ  । ସେପଟେ ଉଦ୍ଧବ ସରକାର ବିରୋଧରେ ଥିବା ବିଧାୟକଙ୍କୁ ଶିବସେନା  ଦଳ ବିରୋଧି ଆଇନ ଲାଗୁ କରିବାକୁ ଯୋଜନା କରିଛି  । ଯେଉଁଥିରେ ପ୍ରମୁଖରେ ରହିଛନ୍ତି ବରିଷ୍ଠ ବିଧାୟକ ଏକନାଥ ସିନ୍ଧେ  । ଅନ୍ୟପଟେ ଏନେଇ ଏକନାଥ କହିଛନ୍ତି, ଏହି ବୈଠକ ଭିତ୍ତିହୀନ  । ଏବଂ ଶିବସେନା କହୁଥିବା ଦଳ ନିରୋଧି ଆଇନ୍ ଅବୈଧ  । ସମସ୍ତ ଶିବସେନା ବିଧାୟକ ଗୋଟେ ପଟେ ରହିଥିବାବେଳେ ସେପଟେ କିଏ ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସିନ୍ଧେ  ।