ନବୀନଙ୍କୁ ଶିବରାଜଙ୍କ ଚିଠି, ସୁନ୍ଦରୀର ଯତ୍ନ ନେବାକୁ କଲେ ଅନୁରୋଧ
1 min readଭୁବନେଶ୍ୱର: ବାଘୁଣୀ ସୁନ୍ଦରୀକୁ ଉତ୍ତମ ପରିବେଶ ମଧ୍ୟରେ ରଖିବାକୁ ଅନୁରୋଧ କରି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ସୁନ୍ଦରୀର ଯତ୍ନ ନେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି । ଏନେଇ ଟ୍ୱିଟ୍ ଜରିଆରେ ଅବଗତ କରିଛନ୍ତି ।
आज मैंने ओडिशा के मुख्यमंत्री श्री @Naveen_Odisha जी को पत्र लिखकर मध्यप्रदेश की बाघिन सुंदरी का ध्यान रखने का अनुरोध किया है।
सुंदरी और उसके नर साथी को प्रदेश सरकार ने 2018 में राष्ट्रीय बाघ संरक्षण प्राधिकरण एवं ओडिशा सरकार के अनुरोध पर प्रदान किया था। pic.twitter.com/qPPM4VHkwP
— Shivraj Singh Chouhan (मोदी का परिवार ) (@ChouhanShivraj) December 9, 2020
ନଭେମ୍ବର ୨୦୧୮ରେ ସାତକୋଶିଆ ଟାଇଗର ରିଜର୍ଭରେ ବାଘ ସଂଖ୍ୟା ବୃଦ୍ଧି କରିବାକୁ ସ୍ୱତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲା । ମଧ୍ୟପ୍ରଦେଶରୁ ବାଘ ନନ୍ଦନ ଓ ବାଘୁଣୀ ସୁନ୍ଦରୀକୁ ଅଣାଯାଇଥିଲା । ହେଲେ ବାଘ ନନ୍ଦନର ସାତକୋଶିଆରେ ମୃତ୍ୟୁ ଘଟିଥିବା ବେଳେ, ବାଘୁଣୀ ସୁନ୍ଦରୀ ମଣିଷମାରି ଖାଇବା ଅଭିଯୋଗରେ ତାକୁ ଗତ ଏକ ବର୍ଷରୁ ଅଧିକ ସମୟ ଧରି, ଆବଦ୍ଧ ମଧ୍ୟରେ ରଖାଯାଇଛି ।
ଚଳିତବର୍ଷ ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଓ ଓଡିଶା ସରକାରଙ୍କ ଅନୁରୋଧକ୍ରମେ, ମଧ୍ୟପ୍ରଦେଶରୁ ଏକ ବିଶେଷଜ୍ଞ ଦଳ ସୁନ୍ଦରବନ ଆସି ସୁନ୍ଦରୀକୁ ମୁକ୍ତ ପରିବେଶରେ ଛାଡିବା ନେଇ ଅନୁଧ୍ୟାନ କରିଥିଲେ । ହେଲେ ବିଶେଷଜ୍ଞ ଦଳ ଆଶଙ୍କା କରିଥିଲେ ଯେ, ବର୍ତ୍ତମାନ ପରିସ୍ଥିତିରେ ଯଦି ବାଘୁଣୀ ସୁନ୍ଦରୀକୁ ମୁକ୍ତ ବିଚରଣ କରିବାକୁ ଦିଆଯାଏ ତେବେ ତାହା ଉଭୟ ସୁନ୍ଦରୀ ଓ ପ୍ରକଳ୍ପ ଅଞ୍ଚଳରେ ରହୁଥିବା ସାଧାରଣ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିପାରେ । ସେବେଠାରୁ ସୁନ୍ଦରୀକୁ ଆବଦ୍ଧ ପରିବେଶ ମଧ୍ୟରେ ରଖାଯାଇଛି ।