ଏମିତି ଗାଁ, ଯେଉଁଠି ରହିଛି ୧୦୦ରୁ ଅଧିକ ଶିବ ମନ୍ଦିର

ନନ୍ଦିଘୋଷ ବ୍ୟୁରୋ: ଦିନକ ପରେ ଜାଗର । ଓଁ ନମଃ ଶିବାୟଃ ଧ୍ବନିରେ ପ୍ରକମ୍ପିତ ହୋଇ ଉଠିବ ସମସ୍ତ ଶୈବପୀଠ । ହେଲେ ଆଜି ଆମେ ଏମିତି ଏକ ଗାଁ ବିଷୟରେ କହିବୁ ଯେଉଁ ଗାଁରେ ଶତାଧିକ ସ୍ଥାନରେ ପାଳନ ହୁଏ ଜାଗର ଯାତ୍ରା । କାରଣ ଏହି ଗାଁରେ ଗୋଟିଏ ନୁହେଁ ୧୦୦ ରୁ ଅଧିକ ଶିବ ମନ୍ଦିର ରହିଛି ।
ଆସୁଛି ଜାଗର । ଉତ୍ସବ ମୁଖର ହୋଇ ଉଠିବ ସମସ୍ତ ଗାଁରେ ଥିବା ଶିବ ମନ୍ଦିର । ହେଲେ ଆଜି ଆମେ ଏମିତି ଏକ ଗାଁ ବିଷୟରେ କହିବୁ ଯେଉଁ ଗାଁରେ ଗୋଟିଏ ସ୍ଥାନରେ ନୁହେଁ ଶତାଧିକ ସ୍ଥାନରେ ପାଳନ ହୁଏ ଜାଗର ଯାତ୍ରା । କାରଣ ଗାଁରେ ଗୋଟିଏ ନୁହେଁ ୧୦୦ ରୁ ଅଧିକ ଶିବ ମନ୍ଦିର ରହିଛି । ଏମିତି ଏକ ଗାଁ ହେଉଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ନରେନ୍ଦ୍ରପୁର । ଏହି ଗାଁର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏଠାରେ ଥିବା ବିରଳ ଓ ପ୍ରାଚୀନ ଶିବଲିଙ୍ଗ । ଗାଁର କୋଣ ଅନୁକୋଣରେ ଶିବଲିଙ୍ଗ ଗୁଡ଼ିକ ବିରାଜମାନ କରିଥିବାରୁ ସଦାସର୍ବଦା ଏଠାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାଏ । ବାବାଙ୍କର ପ୍ରତିଦିନ ପୂଜା କରାଯାଉଥିଲେ ମଧ୍ୟ ଜାଗର ଯାତ୍ରା ଖୁବ ଧୁମଧାମରେ ପାଳନ କରାଯାଏ । ଏବେ ବାବାଙ୍କ ଜାଗର ଯାତ୍ରା ପାଇଁ ଜୋରଦାର ଭାବେ ପ୍ରସ୍ତୁତି ଚାଲିଛି ।
କୁହାଯାଏ ଏହି ଗାଁରେ ଯେଉଁଠି ଖୋଳିବ ସେଠାରେ ଶିବଲିଙ୍ଗ ବାହାରେ । ଆଉ ସେହି ଅନୁସାରେ ବାବାଙ୍କ ନାମକରଣ ମଧ୍ୟ କରାଯାଏ । ବାଡ଼ ଖୋଳୁଥିବା ସ୍ଥାନରୁ ଶିବଲିଙ୍ଗ ବାହାରି ଥିବାରୁ ତାଙ୍କ ନାମ ବାଡେଶ୍ୱର ,ବେଲ ଗଛ ମୂଳରୁ ବାହାରିଥିବା ଲିଙ୍ଗର ନାମ ବେଲେଶ୍ଵର ସେହିପରି ବାଟେଶ୍ୱର, ସମୁଦ୍ରେଶ୍ୱର, ଚମ୍ପକେଶ୍ୱର ,ଭୂତେଶ୍ୱର ଆଦି ନାମରେ ପୂଜା ପାଇଥାନ୍ତି । ବିଶ୍ୱାସ ରହିଛି ବାବାଙ୍କ ପାଖରେ ମାନସିକ ରଖିଲେ ତାହା ପୂରଣ ହୋଇଥାଏ ,ଅପୁତ୍ରିକ ପୁତ୍ର ଲାଭ କରେ । ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ ମହାଶିବରାତ୍ରି ଦିନ ଏଠାରେ ଦେଖିବାକୁ ମିଳିଥାଏ । ଗାଁ ହୁଏ ଆଲୋକିତ, ପରିବେଶ ହୁଏ ଆଧ୍ୟାତ୍ମିକ । ହରିବୋଲ ହୁଳହୁଳି ଆଉ ଓଁ ନମଃ ଶିବାୟଃ ଧ୍ବନିରେ ପ୍ରକମ୍ପିତ ହୋଇ ଉଠେ ଗଗନପବନ ।