ଭୁବନେଶ୍ୱର: କରୋନା ସମୟରେ ଲୋକଙ୍କ ବିଶ୍ୱାସରେ ବିଷ ଦେଇ କଟକ ନକଲି ଔଷଧ ଜବତ ଘଟଣା। ମେଡ଼ିସିନ ହୋଲସେଲର ଶିବ ପ୍ରସନ ଜେନାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF। ଗତକାଲି ତାଙ୍କ ପତ୍ନୀ ଓ ୨ କର୍ମଚାରୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ। ଗିରଫ କରିବା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଆଜି ଶିବପ୍ରସାଦଙ୍କୁ କୋର୍ଟରେ ହାଜର କରାଯିବା ପରେ ପଚରାଉଚରା ପାଇଁ ରିମାଣ୍ଡରେ ନିଆଯିବ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ଗତକାଲି ପୁଲିସ୍ କମ୍ପାନୀର ଅନ୍ୟତମ ନିର୍ଦ୍ଦେଶକ ତଥା ଶିବପ୍ରସାଦଙ୍କ ପତ୍ନୀ ଶୁଭଲକ୍ଷ୍ମୀ ଜେନା ଓ ଦୁଇ ଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଗିରଫ ପରେ ସେମାନଙ୍କୁ ଜିଲ୍ଲା ଜଜ୍ କୋର୍ଟରେ ହାଜର କରାଯାଇଥିଲା। ପରେ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି। ତେବେ ଗିରଫ ୩ ଅଭିଯୁକ୍ତଙ୍କ ପକ୍ଷରୁ ଆଗତ ଜାମିନ ଆବେଦନ ଶୁଣାଣି ସୋମବାର ହେବ ବୋଲି ଜଣାପଡ଼ିଛି। କରୋନା ଚିକିତ୍ସା ପାଇଁ ବ୍ୟବହୃତ ଫାଭିପିରାଭିର ଫାଭିମ୍ୟାକ୍ସ-200 ଓ ଫାଭିମ୍ୟାକ୍ସ-400 ବ୍ରାଣ୍ଡର ଔଷଧ ବିକ୍ରି ପାଇଁ ଆଣିଥିଲେ ଏମାନେ। ଯେଉଁ ଷ୍ଟ୍ରିପ୍ର ଦାମ୍ ୬୫ ଟଙ୍କା ଥିବା ବେଳେ ତାକୁ ୧୨୯୦ ଟଙ୍କା ଅର୍ଥାତ ୨୦ ଗୁଣା ଦରରେ ବିକ୍ରି ପାଇଁ ଯୋଜନା କରୁଥିଲେ।

