ଯାଜପୁର ବୈତରଣୀ ନଦୀ ଗର୍ଭରେ ମିଳିଲା ଶିବ ଲିଙ୍ଗ, ମାଆ ଲକ୍ଷ୍ମୀ ଓ ବାସୁଆ ବଳଦଙ୍କ ମୂର୍ତ୍ତି

ଯାଜପୁର: ଯାଜପୁର ବୈତରଣୀ ନଦୀ ଗର୍ଭରେ ପୁଣି ମିଳିଲା ପ୍ରାକୃତିକ କୀର୍ତ୍ତିରାଜି । ଦେବୀଗଡ଼ା ଘାଟରୁ ଶିବ ଲିଙ୍ଗ, ଲକ୍ଷ୍ମୀଙ୍କ ମୂର୍ତ୍ତୀ ଓ ବାସୁଆ ବଳଦର ମୂର୍ତ୍ତି ଦେଖିବାକୁ ମିଳିଛି । ତେବେ ନଦୀ ଗର୍ଭରେ ମୂର୍ତ୍ତି ବାହାରିବା ପରେ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗିଛି । କିଛି ଦିନ ପୂର୍ବେ ସିଧେଶ୍ୱର ମନ୍ଦିର ପାଖରୁ ପୁରାତନ ମନ୍ଦିର ଓ ଶିବ ଲିଙ୍ଗ ବାହାରିଥିଲା । ନଦୀ ଗର୍ଭରୁ ମୂର୍ତ୍ତି ବାହାରୁଥିବାରୁ ପ୍ରତ୍ନତତ୍ତ୍ୱ ବିଭାଗ ଉକ୍ତ ସ୍ଥାନରେ ସମୀକ୍ଷା କରିବାକୁ ଦାବି ହୋଇଛି । ସେପଟେ ବାସୁଆ ବଳଦକୁ ନଦୀ ଗର୍ଭରୁ ଆଣି ଏକ ବରଗଛ ମୂଳରେ ରଖି ପୂଜାର୍ଚ୍ଚନା କରୁଛନ୍ତି ଲୋକେ ।