ମାଟି ତଳୁ ବାହାରିଲା ଶିବ ଲିଙ୍ଗ, ଗାଁରେ ଆରମ୍ଭ ହୋଇଗଲା ପୂଜାର୍ଚ୍ଚନା..

ଭଦ୍ରକ: କୁହାଯାଏ ମାଟି ତଳୁ ଶିବ ଲିଙ୍ଗ ଫୁଟିକି ବାହାରିଥାଏ । ହେଲେ କେବେ ବୋଧ ହୁଏ କେହି ଦେଖିଥିବେ ମାଟି ତଳୁ ଶିବ ଲିଙ୍ଗ ବାହାରିବା । କିନ୍ତୁ ସେମିତି ଏକ ଅବିକଳ ଘଟଣା ଏବେ ଲୋକଙ୍କ ସାମ୍ନାକ ଆସିଛି । ଯାହାକି ସମସ୍ତଙ୍କୁ ଚିକିତ କରିଛି । ଅମାଵାସ୍ୟା ରାତିରେ ମାଟିତଳୁ ବାହାରିଛି ଶିବ ଲିଙ୍ଗ । ଖାଲି ଶିବ ଲିଙ୍ଗ ନୁହେଁ ତାଙ୍କ ପାର୍ଶ୍ୱରେ ରହୁଥିବା ଅନକେ ମୂର୍ତ୍ତି ମଧ୍ୟ ସେହି ମାଟି ତଳୁ ବାହାରିଛି । ମାଟି ତଳୁ ଭଗବାନଙ୍କ ମୂର୍ତ୍ତି ବାହାରିବା ପରେ ଏବେ ପୁରା ଗାଁରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଗୋରାମାଟି ପଞ୍ଚାୟତ ଚକପୁର ଗାଁରେ ।

ମିଳିଥିବା ସୂଚନାନୁସାରେ ବଲଦିଆପଦା ପଡିଆରେ ଶନିବାର ଗାଁରେ ଏକ ପାର୍କ ନିର୍ମାଣ ପାଇଁ ମାଟି ସମତୁଲ କରାଯାଉଥିଲା । ଏହି ସମୟରେ ରାତିରେ ଟ୍ରାକ୍ଟର ମୁନରେ ଏକ ପଥରେ ବାଜି ଥିଲ। । ଫଳରେ ଟ୍ରାକ୍ଟରର କିଛି ଅଂଶ ଭାଙ୍ଗି ଯାଇଥିଲା । ଏହାପରେ ଟ୍ରାକ୍ଟର ଡ୍ରାଇଭର ଓ ମାଲିକ ଦେଖିଥିଲେ ମାଟି ତଳେ ପଥର ମୂର୍ତ୍ତି ପୋତି ହୋଇ ରହିଛି । ତେଣୁ ସେମାନେ ଗାଁର ସରପଞ୍ଚ ଓ ସାଧାରଣ ଲୋକଙ୍କୁ ଏନେଇ ଖବର ଦେଇଥିଲେ । ଖବରପାଇ ସମସ୍ତେ ସେଠାରେ ରୁଣ୍ଡ ହୋଇଥିଲେ ।

ତେବେ ଭଗବାନଙ୍କୁ ଦେଖିବା ପରେ ସମସ୍ତେ ମିଶି ସେହି ସ୍ଥାନକୁ ଖୋଳାଖୋଳି ଆରମ୍ଭ କରିଥିଲେ । ଏଥିରେ ଶିବଙ୍କ ଲିଙ୍ଗ ସହ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତି ମଧ୍ୟ ଗାଁଲୋକଙ୍କ ସାମ୍ନାକୁ ଆସିଛି । ତେଣୁ ଗାଁରେ ଏବେ ଫୁଟା ଶିବ ଲିଙ୍ଗର ପୂଜା ପାଠ କରାଯାଉଛି । ଭଗବାନଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ଶ୍ରଦ୍ଧାଳୁ ତଥା ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଏଠାରେ ଜବିବାରେ ଲାଗିଛି । ସମସ୍ତଙ୍କ ପାଟିରେ ଓମ୍‌ ନମଃ ଶିବାୟ ଜପ ଚାଲିଥିବା ଶୁଣିବାକୁ ମିଳିଛି ।

Leave a Reply