spot_img

Latest Posts

୧୦୦ କୋଟି ଟିକାକରଣକୁ ନେଇ ପ୍ରଶ୍ନ ଉଠାଇଲା ଶିବସେନା: କହିଲେ, ଖୁବଶୀଘ୍ର ପ୍ରମାଣ ଦେବୁ

ମୁମ୍ବାଇ: ଦେଶରେ କରୋନା ଟିକାକରଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଓ୍ୱତ । ସେ କହିଛନ୍ତି ଯେ ଦେଶରେ ହିତାଧିକାରୀଙ୍କୁ ଏପର୍ଯ୍ୟନ୍ତ ୨୩ କୋଟିରୁ ଅଧିକ ଡୋଜ ଦିଆଯାଇ ନାହିଁ । ଶନିବାର ମହାରାଷ୍ଟ୍ରର ନାଶିକରେ ଏକ ପାର୍ଟି ବୈଠକ ବେଳେ ରାଓ୍ୱତ କହିଛନ୍ତି ଯେ ୧୦୦ କୋଟି ଡୋଜ ଦିଆଯାଇଥିବା ଦାବି ମିଥ୍ୟା ଏବଂ  ଖୁବ୍ ଶୀଘ୍ର ସେ ଏହାର ପ୍ରମାଣ ଦେବେ ।

ସିଧାସଳଖ କାହାର ନାଁ ନ ନେଇ ସେ କହିଛନ୍ତି ‘ତୁମେ କେତେ ମିଛ କହିବ ? ଗତ ୧୫ ଦିନ ମଧ୍ୟରେ ୨୦ ହିନ୍ଦୁ ଏବଂ ଶିଖ୍ ନିହତ ହୋଇଛନ୍ତି, ୧୭ ରୁ ୧୮ ସୈନିକ ସହିଦ ହୋଇଛନ୍ତି, ଚୀନ୍ ଅରୁଣାଚଳ ପ୍ରଦେଶ ଏବଂ ଲଦାଖରେ ସମସ୍ୟା ସୃଷ୍ଟି କରୁଛି କିନ୍ତୁ ଆମେ ୧୦୦ କୋଟି ଟିକା ଡୋଜ ପାଇଁ ଉତ୍ସବ ପାଳନ କରୁଛୁ, ଯାହା ମିଥ୍ୟା ଅଟେ । ଏହି ସଂଖ୍ୟାଗୁଡିକ କିଏ ଗଣନା କଲା ?

ଅନ୍ୟପକ୍ଷରେ ଏହାର ଜବାବ ରଖିଛନ୍ତି, ମହାରାଷ୍ଟ୍ର ବିଜେପି ମୁଖପାତ୍ର କେଶବ ଉପାଧ୍ୟାୟ କହିଛନ୍ତି ଯେ ଶିବସେନା ନେତାମାନେ ଏପରି ଭିତ୍ତିହୀନ ବିବୃତ୍ତି ଦେବାରେ ଅଭ୍ୟସ୍ତ । ସେ କହିଛନ୍ତି ଯେ ଯେତେବେଳେ ସିଧାସଳଖ ଆକଳନ ଉପଲବ୍ଧ ହୁଏ, ରାଓ୍ୱତଙ୍କ ବିବୃତ୍ତି ସ୍ପଷ୍ଟ ହାସ୍ୟାସ୍ପଦ ଅଟେ ।

ଏଥିସହିତ ପଢ଼ନ୍ତୁ: ଏହି ବ୍ୟକ୍ତି ନେଲେ ୧୦୦ କୋଟି ତମ ଟିକା

 

Latest Posts

Don't Miss