ମୋଦିଙ୍କ ମନ୍ତ୍ରିମଣ୍ଡଳ ଛାଡ଼ିଲେ ଶିବସେନା ନେତା ଅରବିନ୍ଦ ସାଓ୍ୱନ୍ତ

1 min read

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ବିଜେପି ସହ ଶିବସେନାର ସଂପର୍କ ତିକ୍ତତା ଆଡକୁ ଗତିକରୁଥିବା ବେଳେ କେନ୍ଦ୍ର ସରକାରରେ ଦଳର ଏକମାତ୍ର ମନ୍ତ୍ରୀଥିବା ଅରବିନ୍ଦ ସାଓ୍ବନ୍ତ ପଦ ଛାଡ଼ିବାକୁ ଘୋଷଣା କରିଛନ୍ତି । ଭାରୀ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅରବିନ୍ଦ ଶାଓ୍ୱନ୍ତ ଆଜି ସକାଳେ ମୋଦି ସରକାରରୁ ଇସ୍ତଫା ସଂପର୍କରେ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଶିବସେନା ସତ୍ୟର ପଥରେ ରହିଛି । ମନ୍ତ୍ରିମଣ୍ଡଳରୁ ନିଜର ଇସ୍ତଫା ସଂପର୍କରେ ସେ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଧିବଦ୍ଧ ସୂଚନା ଦେବେ ବୋଲି ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ।

ମହାରାଷ୍ଟ୍ରରେ ବିଜେପି-ଶିବସେନା, ମେଣ୍ଟରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ନିର୍ବାଚନ ଫଳାଫଳ ପ୍ରକାଶ ପରେ କିଛି ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ସହମତି ହୋଇନଥିଲା ।  ଉଭୟ ଅଢେଇ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଶିବସେନା କହୁଥିବା ବେଳେ ବିଜେପି ଏଭଳି ପ୍ରସ୍ତାବରେ ରାଜି ହୋଇନଥିଲା । ପରେ ଶିବସେନା, ଏନସିପି ସହ କଥାବାର୍ତ୍ତା ଆଗକୁ ବଢ଼ାଇଥିଲା । ଆଜି ଶାଓ୍ୱନ୍ତଙ୍କ ଇସ୍ତଫା ପରେ ବିଜେପି ସହ ଶିବସେନାର ସଂପର୍କ ବିଧିବଦ୍ଧଭାବେ ଛିନ୍ନ ହେବା ଭଳି ମନେହେଉଛି ।

୨ ଦିନ ତଳେ ମହାରାଷ୍ଟ୍ର ରାଜ୍ୟପାଳ ବିଜେପିକୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିଲେ । ମାତ୍ର ନିଜ ପାଖରେ ସମର୍ଥନ ନଥିବା କହି ରାଜ୍ୟପାଳଙ୍କ ପ୍ରସ୍ତାବରେ ରାଜି ହୋଇନଥିଲା ବିଜେପି । ଏହାପରେ ରାଜ୍ୟପାଳ ଭଗତ ସିଂହ କୋଶଓ୍ବାରୀ ଶିବସେନାକୁ ଦ୍ୱିତୀୟ ସର୍ବବୃହତ୍ ଦଳଭାବେ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଛନ୍ତି । ଏହାପରେ ଶିବସେନା-ଏନସିପି ସହ ଆଲୋଚନା ଜାରି ରଖିଛି । ସେପଟେ ମହାରାଷ୍ଟ୍ର ପ୍ରସଙ୍ଗରେ କଂଗ୍ରେସ ଦିଲ୍ଲୀରେ କାର୍ଯ୍ୟକାରୀ କମିଟି ବୈଠକ ଡାକିଛି । ତିନିଦଳ ଏକାଠି ହେଲେ ସରକାର ଗଠନ ସମ୍ଭବ । ତେବେ ଶିବସେନା ଏହି ମେଣ୍ଟର ନେତୃତ୍ୱ ନେବ ବୋଲି ଜଣାପଡ଼ିଛି । ଆଜି ଶିବସେନା ନେତାଙ୍କ ସହ ବୈଠକ ରଖିଛନ୍ତି ଉଦ୍ଧବ ଠାକରେ । ')}

Leave a Reply