spot_img

Latest Posts

ପୋଷ୍ଟର ରାଜନୀତି, ‘ଅସଲି ଆସୁଛି, ନକଲି ହୁଅ ସାବଧାନ’

ମୁମ୍ବାଇ: ମହାରାଷ୍ଟ୍ରରେ ପୋଷ୍ଟର ୱାର । ଲାଉଡସ୍ପିକର ଓ ହନୁମାନ ଚାଳିଶାକୁ ନେଇ ମହାରାଷ୍ଟ୍ର ରାଜନୀତି ଉଠୁଥିବା ପଡ଼ୁଥିବା ବେଳେ ଏହାକୁ ଆଉ ଟିକିଏ ଇନ୍ଧନ ଯୋଗାଇଛି ଶିବସେନା । ଏମଏନଏସ୍ ମୁଖ୍ୟ ରାଜ ଠାକରେ ଓ ଶିବସେନା ମଧ୍ୟରେ ବାକ୍ୟ ଯୁଦ୍ଧ ଲାଗି ରହିଛି । ଆସନ୍ତା ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ରାଲିକୁ ନେଇ ଶିବସେନା ପ୍ରସ୍ତୁତ କରିଛି ପୋଷ୍ଟର । ଆଉ ପୋଷ୍ଟରରେ ରାଜ ଠାକରେଙ୍କ ଦଳର ନାଁ ନନେଇ ଶିବସେନା ଟାର୍ଗେଟ୍ କରିଛି ।

ଉକ୍ତ ପୋଷ୍ଟରରେ ଶିବସେନା ଲେଖିଛି, ‘ଅସଲି ଆସୁଛି, ନକଲି ଠାରୁ ସାବଧାନି ରୁହ ।’ ସେହିଭଳି ଶିବସେନା ଲଗାଇଥିବା ଆଉ ଏକ ପୋଷ୍ଟରରେ ଲେଖା ଯାଇଛି, ‘ପ୍ରକୃତ ହିନ୍ଦୁତ୍ୱର ହୁଙ୍କାର ଶୁଣିବାକୁ ରାଲିକୁ ଆସିବା ଦରକାର ।’ ଶିବସେନା ରାଜ ଠାକରେଙ୍କ ଦଳର ନାଁ ନନେଇ ଏଭଳି ପୋଷ୍ଟରରେ ଟାର୍ଗେଟ୍ କରି ରାଜନୈତିକ ବାତାବରଣକୁ ଆହୁରି ଉତ୍ତେଜିତ କରିଛି ।

ସୂଚନାଯୋଗ୍ୟ, ଏମଏନଏସ୍ ମୁଖ୍ୟ ରାଜ ଠାକରେ ମସଜିଦରୁ ଲାଉଡସ୍ପିକର ହଟାଇବା ପ୍ରସଙ୍ଗରେ ଆନ୍ଦୋଳନ କରୁଛନ୍ତି । ତାଙ୍କ ଟାର୍ଗେଟରେ ଶିବସେନା ସହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅଛନ୍ତି । ଗେରୁଆ ରଙ୍ଗର କପଡ଼ା ପିନ୍ଧି ରାଜ ଠାକରେ ନିଜକୁ ହିନ୍ଦୁତ୍ୱର ନୂଆ ପୋଷ୍ଟର ବଏ ବୋଲାଉଛନ୍ତି । ଅନ୍ୟପଟେ ମେ ୧୪ ରାଲିରେ ଉଦ୍ଧବ ଠାକରେ ଉଭୟ ରାଜ ଠାକରେ ଓ ବିଜେପିକୁ ଚାର୍ଗେଟ୍ କରିପାରନ୍ତି ।

Latest Posts

Don't Miss