ସୋନିଆଙ୍କ ସହ ଫୋନରେ କଥାହେଲେ ଉଦ୍ଧବ ଠାକରେ, ରାଜଭବନରେ ଶିବସେନା ନେତା
1 min readମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ନେଇ ସ୍ପଷ୍ଟ ଚିତ୍ର ମିଳିନଥିଲେ ବି, କଂଗ୍ରେସ-ଏନସିପିକୁ ସାଙ୍ଗରେ ନେଇ ଶିବସେନା ସରକାର ଗଠନ କରିପାରେ ବୋଲି ଚର୍ଚ୍ଚା ଜୋର ହେଲାଣି । ଶିବସେନାକୁ ଏନସିପି ସମର୍ଥନ ନେଇ ଆନୁଷ୍ଠାନିକ ଘୋଷଣା କରିନାହିଁ କିନ୍ତୁ ଦିନ ତମାମ ନେତାଙ୍କର ବୈଠକ ଲାଗି ରହିଥିଲା । କଂଗ୍ରେସର ନିଷ୍ପତ୍ତିକୁ ୨ ଦଳ ଚାହିଁ ରହିଛନ୍ତି । କଂଗ୍ରେସ ହଁ ଭରିଲେ ଯାଇ ସରକାର ଗଠନ ନେଇ ରାସ୍ତା ସଫା ହୋଇପାରିବ । ମାତ୍ର କେଇ ଘଣ୍ଟା ମଧ୍ୟରେ ଏ ନେଇ ଚିତ୍ର ସ୍ପଷ୍ଟ ହୋଇଯିବ । ତେବେ କଂଗ୍ରେସର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମହାରାଷ୍ଟ୍ର ନେତାଙ୍କ ମତାମତ ନିଆଯାଇଛି । ପୁଣିଥରେ ସନ୍ଧ୍ୟାରେ ବୈଠକ ଅନୁଷ୍ଠିତ ହେବ । ଏଥିରେ ମହାରାଷ୍ଟ୍ରରେ ସରକାର ଗଠନ ନେଇ ଆଲୋଚନା ହେବ । ସେପଟେ ବିଜେପି ନିଜର ରଣନୀତି ଆରମ୍ଭ କରିଛି । ଦ୍ୱିତୀୟଥର ପାଇଁ ଦିଲ୍ଲୀରେ ଦଳର ବୈଠକ ବସିଛି ।
କଂଗ୍ରେସର ବୈଠକ ପୂର୍ବରୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ସହ ଫୋନରେ କଥା ହୋଇଛନ୍ତି ଶିବସେନା ନେତା ଉଦ୍ଧବ ଠାକରେ । ଶିବସେନା ନେତା ରାଜଭବନ ଗସ୍ତ କରିଛନ୍ତି । ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି । ଏପଟେ କଂଗ୍ରେସର ବୈଠକରେ ସର୍ତ୍ତ ସମ୍ପର୍କିତ ଆଲୋଚନା ହୋଇଛି ।
https://nandighoshatv.combjp-shivsena-alliance-over-in-maharastra/
ସୂତ୍ର ଅନୁସାରେ ଯଦି ଏ ମେଣ୍ଟ ସଫଳ ହୁଏ ତେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବାକୁ ପାର୍ଟିର ସଦସ୍ୟ ଚାହୁଁଥିବା ଚର୍ଚ୍ଚା ହେଉଛି । ସେହିପରି ଏନସିପିରୁ ଅଜିତ ପାଓ୍ୱାର ଉପମୁଖ୍ୟମନ୍ତ୍ରୀ ଓ କଂଗ୍ରେସକୁ ବାଚସ୍ପତି ପଦ ମିଳିବା ନେଇ ଚର୍ଚ୍ଚା ହେଉଛି । ')}