ଅପହଞ୍ଚ ଇଲାକାରେ ପହଞ୍ଚିବ ପୋଲିଂ ପାର୍ଟି, ସିପିଂ କଣ୍ଟେନରରେ ହେବ ମତଦାନ କେନ୍ଦ୍ର

ଗାନ୍ଧୀନଗର: ଗୁଜୁରାଟ ନିର୍ବାଚନ ଲାଗି କମିଶନଙ୍କ ପକ୍ଷରୁ ଏଥର ନିଆଯାଇଛି କେତେକ ସ୍ବତନ୍ତ୍ର ପଦକ୍ଷେପ । ଅପହଞ୍ଚ ଅଞ୍ଚଳ ପାଇଁ ସିପିଂ କଣ୍ଟେନରରେ ହେବ ପୋଲିଂ ସେଣ୍ଟର। ଭାରୁଚ ଜିଲ୍ଲାର ଆଲିଆବେଟ୍ ଅଞ୍ଚଳ ପାଇଁ ଏହାକୁ ବ୍ୟବହାର କରାଯିବ। ଆଲିଆବେଟ୍ ଅଞ୍ଚଳର ୨୧୭ ଜଣ ଭୋଟର ଭୋଟ୍ ଦେବା ପାଇଁ ପ୍ରାୟ ୮୨ କିଲୋମିଟର ବାଟ ଯାଉଥିଲେ।

ସେଠାରେ ସରକାରୀ କୋଠା ନଥିବାରୁ ସିପିଂ କଣ୍ଟେନରକୁ ପୋଲିଂ ସେଣ୍ଟର ଭାବେ ବ୍ୟବହାର କରାଯାଉଛି। ଏଥିରେ ୨୧୭ ଭୋଟରଙ୍କ ପାଇଁ ସମସ୍ତ ବ୍ୟବସ୍ଥା ରହିବ। ୧୨ ଶହ ୭୪ଟି ପୋଲିଂ ସେଣ୍ଟର ସଂପୂର୍ଣ୍ଣ ଭାବେ ମହିଳା ପୋଲିଂ ଓ ସୁରକ୍ଷା କର୍ମୀଙ୍କ ଦ୍ବାରା ପରିଚାଳିତ ହେବ। ୩୩ଟି ପୋଲିଂ ସେଣ୍ଟର ଯୁବ ପୋଲିଂ କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେବ। ଯୁବ ଭୋଟରଙ୍କୁ ଉତ୍ସାହିତ କରିବାକୁ ପ୍ରଥମ ଥର ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି।