ଜେଲରୁ ମୁକୁଳିବା ପରେ ରାଜକୁନ୍ଦ୍ରା ଡିଲିଟ୍ କଲେ ନିଜ ଇନଷ୍ଟା ଓ ଟ୍ୱିଟର ଆକାଉଣ୍ଟ
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଠୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ପ୍ରୋନୋଗ୍ରାଫି ମାମଲାରେ ଜେଲରୁ ମୁକୁଳିବା ପରେ ଏକ ବଡ଼ ନିଷ୍ପତି ନେଇଛନ୍ତି । । ଗଣମାଧ୍ୟମକୁ ଶେଷ ସାକ୍ଷାତ କରିବା ସହ ନିଜ ଇନଷ୍ଟା ଓ ଟ୍ୱିଟର୍ ଆକାଉଣ୍ଟ ଡିଲିଟ୍ କରିଛନ୍ତି । ଇନଷ୍ଟା ଏବଂ ଟ୍ୱିଟରରେ ଏବେ ତାଙ୍କ ଆକାଉଣ୍ଟ ଦେଖାଯାଉନାହିଁ । ଏ ସବୁ ଘଟଣା ପରେ ବୋଧହୁଏ ସେ ଲୋକଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁନାହାଁନ୍ତି ।
ରାଜ ନିଜ ସୋସିଆଲ ଆକାଉଣ୍ଚରେ ସବୁବେଳେ ଆକ୍ଟିଭ ରହୁଥବା ସହ ନିଜ ପତ୍ନୀ ଶିଳ୍ପାଙ୍କ ସହ ବିଭିନ୍ନ ଫଟୋ ଓ ଭିଡିଓ ସେୟାର କରନ୍ତି । ସେ ଇନଷ୍ଟା ରିଲ୍ସ ହେଉ ଅବା କୈାଣସି ପର୍ବ ବା ଉତ୍ସବ । ରାଜ ଏ ସବୁକୁ ପୋଷ୍ଟ କରିବାକୁ ଭୁଲନ୍ତି ନାହିଁ । ଏ ସମସ୍ତ ପୋଷ୍ଟକୁ ତାଙ୍କର ଅନେକ ଫ୍ୟାନ୍ସ ପସନ୍ଦ କରନ୍ତି । ଶିଳ୍ପା ଓ ରାଜ ଦୁହେଁ କରୁଥିବା ଇନଷ୍ଟା ରିଲ୍ସ ବି ଲୋକଙ୍କ ପସନ୍ଦ । କିନ୍ତୁ ବର୍ତ୍ତମାନ ସେ ନିଜ ଆକାଉଣ୍ଟ ଡିଲିଟ୍ କରିଛନ୍ତି ।
ପ୍ରୋନୋଗ୍ରାଫି ମାମଲାରେ ରାଜ ହୋଇଥିଲେ ଗିରଫ :
ଏକ ପ୍ରୋନେଗ୍ରାଫି ମାମଲାରେ ଗତ ଜୁଲାଇ ମାସରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଥିଲା । ଜେଲରେ ପ୍ରାୟ ସେ ୨ ମାସ କାଳ ବିତାଇଥିଲେ । ଜେଲରୁ ଫେରିବା ପରେ ରାଜ କୈାଣସି ଇଭେଣ୍ଟ ବା ମିଟିଙ୍ଗରେ ଯୋଗ ଦେଉ ନଥିବା ଜଣାପଡ଼ିଛି କେବଳ ଏତିକି ନୁହେଁ ସେ ନିଜ ପରିବାର ସହ ମଧ୍ୟ ଦେଖାଯାଉନଥିବା ଜଣାଯାଉଛି । କିଛି ଦିନ ତଳେ ଶିଳ୍ପା ନିଜ ଦୁଇ ଝିଅ ଏବଂ ଭଉଣୀ ସମିଷାଙ୍କ ସହ ଅଲିବାଗଠାରେ ଦେଖାଦେଇଥିଲେ ମାତ୍ର, ତାଙ୍କ ସ୍ୱାମୀ ରାଜ ନଜର ଆସିନଥିଲେ ।
ଜାମିନରେ ଅଛନ୍ତି ରାଜ କୁନ୍ଦ୍ରା :
ସେପ୍ଟେମ୍ବର ମାସ ପ୍ରୋନୋଗ୍ରାଫି ମାମଲାରେ ରାଜ ଗିରଫ ହେବା ପରେ ୨ ମାସ ଧରି ଜେଲରେ ଥିଲେ । ୫୦ରାଶି ଦିଆଯିବା ପରେ ତାଙ୍କୁ ଜାମିନ ମିଳିଥିଲା । ତାଙ୍କୁ ୧୯ ଜୁଲାଇରେ ଗିରଫ କରାଯିବା ସହ ଆଇପିସିର ବିଭିନ୍ନ ଧାରା ଅନ୍ତର୍ଗତ ମାମଲା ରୁଜ୍ଜୁ କରାଯାଇଥିଲା ।