‘ମୁଁ କାମରେ ବହୁତ ବ୍ୟସ୍ତ ଥିଲି, ରାଜ୍ କ’ଣ କରୁଥିଲେ ଜାଣିନଥିଲି’- ଶିଳ୍ପା ସେଟ୍ଟୀ

1 min read

ମୁମ୍ବାଇ: ପରିବାର ଭିତରେ ଲାଗିରହିଥିବା ଅସୁବିଧାକୁ ଦୂର କରିବା ପାଇଁ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ମାତା ବୈଷ୍ଣବୀ ଦେବୀଙ୍କ ମନ୍ଦିରରେ ପହଞ୍ଚି ସେଠାରେ ମା’ଙ୍କ ଆଶୀର୍ବାଦ ନେଇଛନ୍ତି । ଅଶ୍ଳୀଳ ଭିଡିଓ ତିଆରି କରି ଆପ୍ ମାଧ୍ୟମରେ ଉପସ୍ଥାପନ କରିବା ମାମଲାରେ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବେ ଜେଲରେ ଅଛନ୍ତି । ଏହି ମାମଲାରେ ମୁମ୍ବାଇ ପୋଲିସ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି । ୧୫୦୦ ପୃଷ୍ଠା ବିଶିଷ୍ଠ ଚାର୍ଜସିଟରେ ୪୩ ସାକ୍ଷୀଙ୍କ ନାମ ଦିଆଯାଇଛି । ତେବେ ଶିଳ୍ପା ପୋଲିସକୁ ଦେଇଥିବା ଏହି ମାମଲାରେ ବିବୃତ୍ତି ଏବେ ସାମ୍ନାକୁ ଆସିଛି ।

ମୁମ୍ବାଇ ପୋଲିସ ସୂଚନା ଦେଇଛି ଯେ, ଚାର୍ଟ ସିଟରେ ୪୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି। ଏହି ୪୩ ସାକ୍ଷୀଙ୍କ ମଧ୍ୟରେ ରାଜ କୁନ୍ଦ୍ରାଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ଶେର୍ଲିନ୍ ଚୋପ୍ରା ସାମିଲ ଅଛନ୍ତି। ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁଯାୟୀ ଶିଳ୍ପା ସେଟ୍ଟୀ ମୁମ୍ବାଇ ପୋଲିସକୁ କହିଛନ୍ତି ଯେ, ସେ ତାଙ୍କ କାର୍ଯ୍ୟରେ ବ୍ୟସ୍ତ ଥିଲେ, ରାଜ କୁନ୍ଦ୍ରା କଣ କରୁଥିଲେ ତାଙ୍କୁ ତାହା ଜଣାନାହିଁ।

ଶିଳ୍ପାଙ୍କ ବୟାନ ପର୍ଣ୍ଣ ରାକେଟ ମାମଲାରେ ମୁମ୍ବାଇ ପୋଲିସ କୁନ୍ଦ୍ରା ଏବଂ ତାଙ୍କ କମ୍ପାନୀର ଆଇଟି ମୁଖ୍ୟ ରିଆନ୍ ଥର୍ପେଙ୍କ ବିରୋଧରେ ଦାଖଲ ହୋଇଥିବା ୧୪୦୦ ପୃଷ୍ଠାର ଚାର୍ଜସିଟର ଏକ ଅଂଶ । ଶିଳ୍ପା ତାଙ୍କ ବୟାନରେ କହିଛନ୍ତି ଯେ, ରାଜ କୁନ୍ଦ୍ରା ୨୦୧୫ ମସିହାରେ ଭିଆନ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଆରମ୍ଭ କରିଥିଲେ। ୨୦୨୦ ପର୍ଯ୍ୟନ୍ତ ମୁଁ ତାଙ୍କ ସହିତ ଜଣେ ନିର୍ଦ୍ଦେଶକ ଭାବରେ ଥିଲି, କିନ୍ତୁ ପରେ ବ୍ୟକ୍ତିଗତ କାରଣରୁ ମୁଁ ଇସ୍ତଫା ଦେଇଥିଲି ।

ଶିଳ୍ପା କହିଛନ୍ତି ଯେ, ତାଙ୍କୁ Hotshots ଏବଂ Bollyfame ଭଳି ଆପ୍ସ ବିଷୟରେ କୌଣସି ଜ୍ଞାନ ନାହିଁ । ମୁଁ ମୋ କାମରେ ବହୁତ ବ୍ୟସ୍ତ ଥିଲି ଏବଂ ସେଥିପାଇଁ ରାଜ କୁନ୍ଦ୍ରା କଣ କରୁଥିଲେ ମୋତେ ସେ ବାବାଦରେ କିଛି ଜଣାନଥିଲା ।

ପୋଲିସ ଚାର୍ଜସିଟରେ ଦାବି କରିଛି ଯେ, ପର୍ଣ୍ଣ ରାକେଟର ଦୈନନ୍ଦିନ କାର୍ଯ୍ୟ ପାଇଁ କୁନ୍ଦ୍ରା ଭିଆନ ଇଣ୍ଡଷ୍ଟ୍ରିଜର ମୁମ୍ବାଇ କାର୍ଯ୍ୟାଳୟକୁ ବ୍ୟବହାର କରିଥିଲେ । ମୁମ୍ବାଇ ପୋଲିସ କହିଛି ଯେ ହଟ୍‌ସଟ୍‌ କିମ୍ବା ବଲିଫେମ୍‌ ଏପରି କିଛି ଆବେଦନ ଥିଲା ଯେଉଁଥିରେ ରାଜ କୁନ୍ଦ୍ରା ଅଶ୍ଳୀଳ ଭିଡିଓ ଅନଲାଇନରେ ଅପଲୋଡ୍ କରିଥିଲେ । ଶିଳ୍ପା ସେଟ୍ଟୀଙ୍କ ବ୍ୟତୀତ କୁନ୍ଦ୍ରା ଏବଂ ଥର୍ପେଙ୍କ ବିରୋଧରେ ମାମଲା ପ୍ରମାଣ କରିବାକୁ ଆଉ ୪୨ ଜଣ ସାକ୍ଷୀଙ୍କ ବୟାନ ରହିଛି, ସେମାନଙ୍କ ମଧ୍ୟରୁ କେତେକ ମାଜିଷ୍ଟ୍ରେଟଙ୍କ ଆଗରେ ଦାଖଲ କରାଯାଇଛି ।

Leave a Reply