ଲକଡାଉନ୍ ୩.୦: ଘରେ ବସି ପାଠ ପଢିବା ପାଇଁ ସରକାର ନେଲେ ଏହି ବଡ ନିଷ୍ପତ୍ତି
ଭୁବନେଶ୍ୱର: କରୋନା ଯୋଗୁଁ ଲକଡାଉନ୍ ଅବଧିକୁ ପୁଣି ବଢାଇଛନ୍ତି ସରକାର । ଆଜିଠୁ ଲକଡାଉନ୍ ର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏଥିପାଇଁ ପିଲାମାନଙ୍କ ପାଠପଢାରେ ଅନେକ କ୍ଷତି ହୋଇଛି । କିଛି ପରୀକ୍ଷା ସରିଯାଇଥିବାବେଳେ ଅନ୍ୟ କିଛିଟି ଲକଡାଉନ୍ ସରିବା ପରେ କୌଣସି ମୁହୂର୍ତ୍ତରେ ହୋଇପାରେ ବୋଲି କହିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ । ତେବେ ପିଲାମାନଙ୍କ ପାଠପଢାରେ ଅବହେଳା ନହେଉ ଏଥିପାଇଁ ଅନଲାଇନ୍ ସେଟ୍ ଅପ କରାଯାଇଛି । ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ।
କରୋନା ଲକ୍ଡାଉନ ଯୋଗୁଁ ସବୁ ସ୍କୁଲ ବନ୍ଦ ଥିବା ବେଳେ ପିଲା ମାନେ ଘରେ ବସି ଅନଲାଇନ୍ରେ ପାଠ ପଢିବେ । ରାଜ୍ୟ ସରକାର ଏଥିପାଇଁ ଏକ ପ୍ରୟାସ ଆରମ୍ଭ କରିଛନ୍ତି । ଖୋର୍ଧ। ଜିଲ୍ଲାରେ ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ସଫଳ ହେବା ପରେ ସାରା ରାଜ୍ୟରେ ସରକାର ଏହା ଲାଗୁ କରିଛନ୍ତି । ଏଥିପାଇଁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି ସରକାର । ଦ୍ବିତୀୟରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ମାନଙ୍କ ପାଇଁ ଆଜିଠାରୁ ୬ ସପ୍ତାହ ପର୍ଯ୍ୟନ୍ତ ପାଠ ପଢା ଚାଲିବ । ଡିଇଓଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ୭ଟି ସ୍ତରରେ ହ୍ଵାଟ୍ସଆପ୍ ଗ୍ରୁପ ଗଠନ କରି ଶିକ୍ଷା ଦାନ କରାଯିବ ।