ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଆଚାର ପ୍ରସ୍ତୁତ କରିବେ ସ୍ୱୟଂ ସହାୟକ ଗୋଷ୍ଠୀ

SHG's To Prepare Pickle With Modern Technology In Odisha

ଭୁବନେଶ୍ୱର: ମହିଳାମାନେ ଆଉ ଆଗଭଳି ଘର କଣରେ ରହୁନାହାନ୍ତି । ସହରାଞ୍ଚଳରେ ବିଭିନ୍ନ ଗୋଷ୍ଠୀ ଭିତ୍ତିକ କାର୍ଯ୍ୟରେ ସେମାନେ ସାମିଲ୍ ହୋଇ ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟକୁ ବି ରୋଜଗାର ଯୋଗାଉଛନ୍ତି । ସେମାନଙ୍କୁ ଏ କ୍ଷେତ୍ରରେ ବାଟ ଦେଖାଇଛି ମିଶନ ଶକ୍ତି । ସହରାଞ୍ଚଳରେ ମିଶନ ଶକ୍ତି ସହଯୋଗରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅନନ୍ୟ କାର୍ଯ୍ୟପାଇଁ ଓଡ଼ିଶା ଏବେ ବିଶ୍ୱ ସ୍ତରରେ ପୁରସ୍କୃତ ହେବାରେ ଲାଗିଛି ।

SHG's To Prepare Pickle With Modern Technology In Odisha

ସହରାଞ୍ଚଳରେ ମିଶନ ଶକ୍ତିର ସଦସ୍ୟମାନେ ବଡି, ପାମ୍ପଡ଼ ଠାରୁ ସେମାନଙ୍କର ଅଭିଯାନ ଆରମ୍ଭ କରି ଏବେ ସେପ୍ଟେଜ୍ ପ୍ଲାଣ୍ଟର ରକ୍ଷଣାବେକ୍ଷଣ ଭଳି ବିଭିନ୍ନ ବୈଷୟିକ କାର୍ଯ୍ୟକ୍ରମରେ ଜଡ଼ିତ ହେବା ଏବଂ ଅନ୍ୟାନ୍ୟ ପରିମଳ ଭିତ୍ତିକ କାର୍ଯ୍ୟରେ ସାମିଲ୍ ହେବା ରାଜ୍ୟର ସହରାଞ୍ଚଳରେ ବିରାଟ ପରିବର୍ତ୍ତନ ଆଣିଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡ଼ିକର କାର୍ଯ୍ୟଶୈଳୀର ମାନବୃଦ୍ଧି ଅତ୍ୟନ୍ତ ଉଲ୍ଲେଖନୀୟ । ଗୃହ ଓ ନଗର ଉନ୍ନୟନ ବିଭାଗ ମିଶନ ଶକ୍ତି ଗୋଷ୍ଠୀଗୁଡ଼ିକ ସହିତ ମିଶି ଓଡ଼ିଶାର ସମସ୍ତ ୧୬୭ ଆହାର କେନ୍ଦ୍ରର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ମହିଳାମାନେ କରୁଛନ୍ତି । ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥା (ସୁଡା), ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଯେଭଳି ସୁରୁଖୁରୁରେ କାର୍ଯ୍ୟ କରିବ ସେଥିନେଇ ନିୟମିତ ମନିଟରିଂ କରାଯାଉଛି ।

SHG's To Prepare Pickle With Modern Technology In Odisha

ସହରାଞ୍ଚଳର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାପାଇଁ ପାଇଁ ମିଶନ ଶକ୍ତି ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପରେ ଯୋଡ଼ିହୋଇ ଯାଇଛି ଆଚାର ପ୍ରସ୍ତୁତି । ମିଶନ୍ ଶକ୍ତି ଏସ୍‍ଏଚ୍‍ଜି ଗୁଡ଼ିକୁ ସଶକ୍ତିକରଣ ଦିଗରେ ଧୀରେ ଧୀରେ ଆଗକୁ ବଢ଼ିବା ସହିତ ଗୃହ ଓ ନଗର ଉନ୍ନୟନ ବିଭାଗ ବିଭାଗ ମିଶନ୍ ଶକ୍ତି ମହିଳା ଗୋଷ୍ଠୀ ଗୁଡ଼ିକୁ ଆଚାର ପ୍ରସ୍ତୁତି, ବ୍ୟବସାୟ ଓ ଏହାର ପରିଚାଳନାରେ ସମ୍ପୃକ୍ତି ଲାଗି ନିଷ୍ପତ୍ତି ନେଇଛି । ଏଥିପାଇଁ ମିଶନ ଶକ୍ତି ଗୋଷ୍ଠି ଏବଂ କେନ୍ଦ୍ର ବିଜ୍ଞାନ ଓ ବୈଷୟିକଜ୍ଞାନ ମନ୍ତ୍ରାଳୟ ଅଧିନରେ ଥିବା କେନ୍ଦ୍ରୀୟ ଖାଦ୍ୟ ପ୍ରଯୁକ୍ତିବିଦ୍ୟା ଏବଂ ଗବେଷଣା ପ୍ରତିଷ୍ଠାନ (ସିଏଫ୍‍ଟିଆରଆଇ) ସହିତ ରାଜିନାମା ହୋଇଛି ।

ଆଚାର ପ୍ରସ୍ତୁତି ସଂକ୍ରାନ୍ତରେ ଏହି କେନ୍ଦ୍ରୀୟ ପ୍ରତିଷ୍ଠାନ ଜ୍ଞାନକୌଶଳ ଯୋଗାଇଦେବ । ଆହାର କେନ୍ଦ୍ରଗୁଡ଼ିକରେ ଗରମ ଭାତ ଓ ଡାଲମା ସହିତ ଆଚାର ଯୋଗାଇବାପାଇଁ ପ୍ରକ୍ରିୟା ଆଗେଇ ଚାଲିଛି । ମିଶନ ଶକ୍ତିର ମହିଳା ସଦସ୍ୟ ଓ ଆହାର କେନ୍ଦ୍ରର ସଦସ୍ୟଙ୍କୁ ନେଇ ଏକ ୧୧ଜଣିଆ ଦଳ ସିଏସ୍‍ଆରଆଇ ପରୀକ୍ଷାଗାର ପରିଦର୍ଶନ କରିଥିବାବେଳେ ସିଏଫ୍‍ଟିଆରଆଇର ବୈଜ୍ଞାନିକମାନେ ସେମାନଙ୍କ କେନ୍ଦ୍ରରେ ମାର୍ଚ୍ଚ ୧୭ ଓ ୧୮ ତାରିଖରେ ମହିଳା ଗୋଷ୍ଠୀର ସଦସ୍ୟମାନଙ୍କ ପାଇଁ ଦୁଇ ଦିନିଆ ପ୍ରଶିକ୍ଷଣ ଓ ପରିଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।

SHG's To Prepare Pickle With Modern Technology In Odisha

ଏହି ଗସ୍ତର ମୂଳ ଉଦ୍ଦେଶ୍ୟ ହେଉଛି ଆଚାର ଉତ୍ପାଦନରେ ମିଶନ ଶକ୍ତି ଗୋଷ୍ଠୀକୁ ଜ୍ଞାନକୌଶଳ ଯୋଗାଇଦେବା, ମିଶନ ଶକ୍ତି ଗୋଷ୍ଠୀର ଦକ୍ଷତାକୁ ବୃଦ୍ଧି କରିବା ଯାହାଫଳରେ ସିଏଫଟିଆରଆଇରୁ ଓଡ଼ିଶା ରାଜ୍ୟ ମିଶନ୍ ଶକ୍ତି ଗୋଷ୍ଠୀର ମହିଳାଙ୍କ ନିକଟକୁ ଆସିବ ଏବଂ ବ୍ୟବସାୟ ପରିବେଶରେ ଉଦ୍ୟୋଗୀ ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ଲକ୍ଷ୍ୟ ରଖିବ । ଏହି ପରିଦର୍ଶନ ସମୟରେ ସଦସ୍ୟମାନେ ଏକ ନୂତନ ଅନୁଭୂତି ଓ ଜ୍ଞାନକୌଶଳ ପାଇବେ ଏବଂ ଆଚାର ଉତ୍ପାଦନ ପ୍ରକ୍ରିୟାରେ ସେମାନଙ୍କର ଦକ୍ଷତା ବିକାଶ କରିବା ସହିତ ଖାଦ୍ୟ ନିରାପତ୍ତା ଏବଂ ସ୍ୱଚ୍ଛତା ମାନକ ଅନୁସରଣ କରିବେ ଏବଂ ବ୍ୟବହାର ହେବାକୁ ଥିବା ବିଭିନ୍ନ ଯନ୍ତ୍ରପାତି ବ୍ୟବହାର ସଂକ୍ରାନ୍ତରେ ବୁଝିପାରିବେ । ମିଶନ ଶକ୍ତି ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ଏହି ଅଭିନବ ପଦକ୍ଷେପ ଆଗାମୀ ଦିନରେ ରାଜ୍ୟର ମହିଳାମାନଙ୍କୁ ଜଣେ ଜଣେ ଉଦ୍ୟୋଗୀଭାବେ ଗଢି ତୋଳିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।

Leave a Reply