SHG ମହିଳାଙ୍କଠୁ କୋଟିଏ ଟଙ୍କାର ଋଣ ନେଇ ମଧ୍ୟସ୍ଥି ଫେରାର୍
1 min read
ସୁବର୍ଣ୍ଣପୁର: ଏସଏଚଜି ମହିଳାଙ୍କୁ ଠକିଦେଲା ମଧ୍ୟସ୍ଥି । କୋଟିଏ ଟଙ୍କାର ଋଣ ଟଙ୍କା ନେଇ ବାଲଗୋପାଲ ସାହୁ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ଶତାଧିକ ମହିଳା l ଠକାମିର ଶିକାର ହୋଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଦିଗଶିରାର ଏସଏଚଜି ମହିଳା l
ସ୍ବାବଲମ୍ବୀ ହେବା ଉଦ୍ଦେଶ୍ୟରେ ଅର୍ଥ ଲଗାଣକlରୀ ସଂସ୍ଥାଠାରୁ ମଧ୍ୟସ୍ଥିର ଉପସ୍ଥିତିରେ ମହିଳାମାନେ ଋଣ ନେଇଥିଲେ l ମଧ୍ୟସ୍ଥି ବାଳଗୋପାଲ ସାହୁ ୪- ୫ ମାସର ଋଣ କିସ୍ତି ପରିଶୋଧ କରି ଅବଶିଷ୍ଟ ଟଙ୍କା ନେଇ ଫେରାର ମାରିଥିବା ଅଭିଯୋଗ ହୋଇଛି । ଏହା ଜାଣିବା ପରେ ଶତାଧିକା ମହିଳା ଡୁଙ୍ଗୁରିପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।