୧୫୦ ନୁହେଁ ୧୫ ଟଙ୍କାରେ ମିଳୁଛି ମାସ୍କ

କଟକ: ବଢୁଛି କରୋନା ଚିନ୍ତା । ସମସ୍ତଙ୍କ ମୁହଁରେ ଏବେ ଗୋଟିଏ କଥା । କେମିତି ମୁକୁଳିବ କରୋନା ପ୍ରକୋପରୁ । ଏନେଇ ଭିଡ ସ୍ଥାନରୁ ଦୂରେଇ ରହିବା ସହିତ ଲୋକଙ୍କୁ ସଚେତନ କରାଯାଉଛି । ଖାସ୍‌ କରି ମାସ୍କରୁ ନେଇ ସାନିଟାଇଜର ଓ ଗ୍ଲୋବସ୍‌ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି ।

ହେଲେ ଏବେ ବଜାରରେ ମାସ୍କ ପଡିଛି ନିଅଣ୍ଟ । ଆଗକୁ ଅଧିକରୁ ଅଧିକ ମାସ୍କ ଦରକାର ପଡୁଥିବା ବେଳେ ଲୋକଙ୍କୁ ମାସ୍କ ଯୋଗାଇବାକୁ ଆଗେଇ ଆସିଛନ୍ତି କିଛି ଏସ୍‌ଏଚ୍‌ଜି ସଦସ୍ୟ । କଟକ କେଶରପୁରରେ ଥିବା ହାଜି ଅଲ୍ଲୀ ଗ୍ରୁପ ତିଆରି କରୁଛନ୍ତି ମାସ୍କ ସବୁ । ୩୦ରୁ ଅଧକି ମହିଳା ଏହି କାମରେ ଲାଗିପଡିଛନ୍ତି । କରୋନା ପାଇଁ ୨୦ହଜାର ମାସ୍କ ଦେଇସାରିଥିବା ବେଳେ ଏବେ ଆଗକୁ ଆହୁରି ୧୫ହଜାର ଅର୍ଡର ରହିଛି । ଏନେଇ ଯେମିତି ତର ନାହିଁ କାହାକୁ ।

ସବୁଠାରୁ ବଡ କଥା ହେଲା ବାହାରେ ମାସ୍କ ଗୁଡିକ ୧୫୦ଟଙ୍କା ପର୍ଯ୍ୟନ୍ତ  ବିକ୍ରି କରାଯାଉଛି । ହେଲେ ଏହି ଗ୍ରୁପ ଦ୍ଵାରା ତିଆରି ମାସ୍କ ଗୁଡିକ ୧୦ଟଙ୍କାରୁ ୧୫ଟଙ୍କାରେ ବିକ୍ରି ହେଉଛି । ମେଡିକାଲରୁ ନେଇ ମେଡିସିନ୍‌ ଷ୍ଟୋର ସବୁ ଏହି ମାସ୍କ କିଣି ନେଉଛନ୍ତି । ତେବେ କେବଳ କେଶରପୁରରେ ନୁହେଁ ଆଠଗଡ, ବାଙ୍କୀ ଓ ସାଲେପୁରରେ ମଧ୍ୟ ଏସ୍‌ଏଚ୍‌ଜି ଗ୍ରୁପ ଦ୍ଵାରା ମାସ୍କ ସବୁ ତିଆରି କରଯାଉଛି । କରୋନା ପାଇଁ ଆବଶ୍ୟକ ହେଉଥିବା ମାସ୍କ ସବୁ ଏମାନେ ଯୋଗାଉଥିବା ବେଳେ ଆଗକୁ ମଧ୍ୟ ବହୁ ଅର୍ଡର ରହିଛି ।

Leave a Reply