spot_img

Latest Posts

ମିଶନ ଶକ୍ତି ଦେଇଛି ନୂଆ ପରିଚୟ, ବିଦେଶ ଯିବେ ମହିଳା

ଝାରସୁଗୁଡ଼ା: ମିଶନ ଶକ୍ତି ଦେଇଛି ମହିଳାଙ୍କୁ ନୂତନ ପରିଚୟ। ହାଣ୍ଡିଶାଳରୁ ଏବେ ମହିଳା ମାନେ ଯିବେ ବିଦେଶ । ସେଠାରେ ନିଜ ଦକ୍ଷତା, ଜ୍ଞାନ କୌଶଳକୁ ଅତ୍ୟାଧୁନିକ କରିବା ପରେ ଓଡିଶା ଆସି ନିଜର କରିବେ ବ୍ୟବହାର । ଆହୁରି ଅଧିକ ସଶକ୍ତ ହେବେ ମହିଳା ଆଗେଇବ ସମାଜ। ଏସଏଚଜି ମହିଳାମାନେ ଦ୍ବିତୀୟ ପର୍ଯ୍ୟାୟରେ ଭୁବନେଶ୍ୱରରୁ ଦୁବାଇ ଯିବାର କାର୍ଯ୍ୟକ୍ରମ ଥିବା ବେଳେ ଝାରସୁଗୁଡ଼ାରୁ ଦୁବାଇକୁ ଯିବା ପାଇଁ ମନୋନୀତ ହୋଇଛନ୍ତି କୋଲାବିରାର ବିନୋଦିନି ପଟେଲ। ଦୁବାଇ ଯାଇ ସେଠାରେ ଏସଏଚଜି ମହିଳା ମାନେ ଉତ୍ପାଦନ କରୁଥିବା ଉତ୍ପାଦିତ ଦ୍ରବ୍ୟର  ବାବଦରେ ବୁଝାଇବା ସହ ପ୍ରସାର ପ୍ରଚାର କରିବେ ।

ଏପରିକି ଉତ୍ପାଦିତ ଦ୍ରବ୍ୟ ଏବଂ ଉଦ୍ୟୋଗ କୁ କିଭଳି ଆହୁରି ଅତ୍ୟାଧୁନିକ ତଥା ବିକଶିତ କରା ଯାଇପାରିବ ସେନେଇ ଜ୍ଞାନ ଆହରଣ କରିବେ ବୋଲି ବିନୋଦିନି ଜଣେଇଛନ୍ତି। ହାଣ୍ଡିଶାଳରେ ଜୀବନ ବିତାଉଥିବା ମହିଳାଙ୍କୁ ଏସଏଚଜି ମାଧ୍ୟମରେ ମିଶନ ଶକ୍ତି ନୂତନ ପରିଚୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ, 5ଟି ଅଧ୍ୟକ୍ଷ ଏବଂ ମିଶନ ଶକ୍ତି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିନୋଦିନି। ଆଜି ବିନୋଦିନି ଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ବିଦେଶ ଯାତ୍ରାରେ ସମଗ୍ର ରଜ୍ୟରୁ ୩୬ଜଣ ମହିଳାଙ୍କୁ ମନୋନୀତ କରାଯାଇଛି ।

 

Latest Posts

Don't Miss