spot_img

Latest Posts

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସ୍ପର୍ଶକାତର ଅଡିଓ ବାର୍ତ୍ତା

ନୂଆଦିଲ୍ଲୀ : ମାତ୍ର ୨୦ ମିନଟ ବିଳମ୍ବ ହୋଇଥିଲେ ସବୁକିଛି ସରିଯାଇଥାନ୍ତା। ତାଙ୍କୁ ଓ ତାଙ୍କ ପରିବାରକୁ ହତ୍ଯା କରିଦେଇଥାନ୍ତେ ଆନ୍ଦୋଳନକାରୀ। ଆଲ୍ଲା ତାଙ୍କୁ ବଞ୍ଚାଇଦେଲେ। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଏହି ସ୍ପର୍ଶକାତର ଅଡିଓ ବାର୍ତ୍ତାକୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି। ହସିନାଙ୍କ ଏହି ଭଏସ ନୋଟ ତାଙ୍କ ଦଳ ଆୱାମି ଲିଗ ପକ୍ଷରୁ ଜାରି କରାଯାଇଛି। ଗତବର୍ଷ ବାଂଲାଦେଶରେ ହୋଇଥିବା ବିଦ୍ରୋହ ପରେ ଅଗଷ୍ଟ ୫ରେ ଜୀବନ ରକ୍ଷା ଲାଗି ୭୭ ବର୍ଷ ବୟସ୍କା ହସିନା ଓ ତାଙ୍କ ଭଉଣୀ ରେହନା ଭାରତ ଚାଲିଆସିଥିଲେ। ସେହିଦିନଠାରୁ ସେ ଭାରତରେ ରହିଛନ୍ତି। ଏହି ବିଦ୍ରୋହରେ ଆନ୍ଦୋଳନକାରୀମାନେ ହସିନାଙ୍କ ବାସଭବନରେ ପ୍ରବେଶ କରି ଭଙ୍ଗାରୁଜା କରିବାର ମାତ୍ର ୨୦ ମିନଟ ପୂର୍ବରୁ ସେମାନେ ପଳାୟନ କରିଥିଲେ। ସେ କହିଛନ୍ତି- ଗତ ୨୦୦୪ ଅଗଷ୍ଟ ୨୧ରେ ତାଙ୍କ ଉପରେ ଗ୍ରେନେଡ ଆଟାକ ହୋଇଥିଲା। ସେ ସାମାନ୍ଯ ଆହତ ହୋଇଥିଲେ ବି ବର୍ତ୍ତିଯାଇଥିଲେ। ଏହି ଘଟଣାରେ ୨୪ ଜଣଙ୍କ ମୃତ୍ଯୁ ଘଟିଥିଲା।  ସେହିପରି ଜୁଲାଇ ୨୦୦୦ରେ ତାଙ୍କ ବିରୋଧରେ କୋତାଲିପଡ଼ା ବୋମା ଷଡ଼ଯନ୍ତ୍ରା କରାଯାଇଥିଲା ବୋଲି ସେ କହିଛନ୍ତି। ଏହା ସହ କହିଛନ୍ତି ବର୍ତ୍ତମାନ ସେ ନିଜ ଦେଶରୁ ବାହାରି ବାହାରେ ରହୁଛନ୍ତି। ସେ ସର୍ବଦା ଦୁଃଖୀ ଅଛନ୍ତି। ତାଙ୍କର ଘରଦ୍ବାର ସବୁ କିଛି ପୋଡି ଦିଆଯାଇଛି। ବର୍ତ୍ତମାନ ହସିନାଙ୍କୁ ବାଂଲାଦେଶ ହାତରେ ପ୍ରତ୍ୟର୍ପଣ କରିବା ଲାଗି ଭାରତ ନିକଟରେ ବାଂଲାଦେଶ ଦାବି କରୁଛି।

Latest Posts

Don't Miss