ଶେହନାଜଙ୍କ ମୋବାଇଲ ଓ୍ୱାଲପେପରରେ ସିଦ୍ଧାର୍ଥ…

1 min read

ମୁମ୍ବାଇ: ବିଗବସ ସିଜନ ୧୩ର ବହୁ ଚର୍ଚ୍ଚିତ ଯୋଡ଼ି ଥିଲେ ଶେହନାଜ ଗିଲ ଏବଂ ସ୍ୱର୍ଗତ ସିଦ୍ଧାର୍ଥ ଶୁକ୍ଳା ।  ଉଭୟଙ୍କ କ୍ୟୁଟ୍‌ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା । ଉଭୟ ପରସ୍ପରର ପ୍ରେମରେ ପଡ଼ିଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ସିଦ୍ଧାର୍ଥଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ମର୍ମାହତ କରିଥିଲା । ବାନ୍ଧବୀ ଶେହନାଜଙ୍କ କଥା ତ କହିଲେ ନ ସରେ । ତାଙ୍କ ଲୁହଭରା ଚେହରା ଯିଏ ଦେଖିଛି କଷ୍ଟ କ’ଣ ସେ ଅନୁଭବ କରିଛି । ସିଦ୍ଧାର୍ଥ ମୃତ୍ୟୁପରେ ଶେହନାଜ ନିଜକୁ କେଉଁଆଡ଼େ ହଜାଇ ଦେଇଥିଲେ । ତାଙ୍କର ଗୋଟିଏ ଝଲକ୍‌ ଦେଖିବାକୁ ଫ୍ୟାନ୍ସ ଚାହିଁ ବସିଥିଲେ, ହେଲେ ଶେହନାଜ ଏ ସବୁରୁ ନିଜକୁ ଦୂରେଇ ରଖିଥିଲେ ।  କିନ୍ତୁ ଗତ କିଛି ମାସ ପୂର୍ବରୁ ସେ କାମକୁ ଫେରିଛନ୍ତି । ନିକଟରେ ତାଙ୍କୁ ଏୟାରପୋର୍ଟରେ ସ୍ପଟ କରାଯାଇଥିଲା । ଆଗ ଅପେକ୍ଷା ଖୁବ୍‌ ବଦଳି ଯାଇଛନ୍ତି ଶେହନାଜ୍‌ । କିନ୍ତୁ ଯାହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି, ତାହା ହେଉଛି ତାଙ୍କ ମୋବାଇଲ ଓ୍ୱାଲପେପର ।

ଦୀର୍ଘ ସମୟର ବ୍ୟବଧାନ ପରେ ଶେହନାଜଙ୍କୁ ଦେଖି ତାଙ୍କ ପ୍ରଶଂସକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । କିନ୍ତୁ ହଠାତ୍‌ ଫ୍ୟାନ୍ସଙ୍କ ନଜର ଯାଇଥିଲା ଶେହନାଜଙ୍କ ମୋବାଇଲ ଓ୍ୱାଲପେପରକୁ ।  ତାଙ୍କଫ୍ୟାନ୍ସଙ୍କ କହିବା ହେଉଛି  ସିଦ୍ଧାର୍ଥ ତାଙ୍କ ହାତକୁ ଧରିଥିବାର ଏକ ଫଟୋ ସେ ଓ୍ୱାଲପେପରରେ ରଖିଛନ୍ତି ।

 

View this post on Instagram

 

A post shared by Sidnaaz__Nation (@sidnaaz__nation)

ସୂଚନାଯୋଗ୍ୟ ସିଦ୍ଧାର୍ଥଙ୍କ ଯିବାପରେ ଅନେକ ଦିନର ବ୍ୟବଧାନରେ ମିଡିଆ ସାମ୍ନାକୁ ଆସିଥିଲେ ଶେହନାଜ । କିନ୍ତୁ ଶେହନାଜ ଖୁସି ଅଛନ୍ତି କହି ଲୋକ ତାଙ୍କୁ ଟ୍ରୋଲ ମଧ୍ୟ କରିଥିଲେ, ଯାହା ଶେହନାଜ ନିକଟରେ କହିଥିଲେ ।

ହୃଦଘାତରେ ସିଦ୍ଧାର୍ଥଙ୍କ ପରଲୋକର ୩ ମାସ ପରେ ଶେହନାଜଙ୍କୁ ଏକ ପାର୍ଟିରେ ଦେଖିବାକୁ ମିଳିଥିଲା । କିନ୍ତୁ ପୂର୍ବଭଳି ନା ମୁହଁରେ ହସ ଅଛି ନା ଚମକ ।