ଗୋଆ ବଦଳରେ ଅଯୋଧ୍ୟା ନେବାରୁ ସ୍ବାମୀଙ୍କୁ ଛାଡ଼ପତ୍ର ଦେଲେ ସ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ନିକଟରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହୋଇଥିବାବେଳେ ସାରା ଦେଶରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଥିଲା । ସବୁଠି ରାମମୟ ହୋଇଥିବାବେଳେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି । କିନ୍ତୁ ମଧ୍ୟପ୍ରଦେଶର ଭୋପାଳରୁ ଆସିଛି ଏକ ଏଭଳି ଖବର ଯାହା ଶୁଣିଲେ ଆପଣ ମଦ୍ୟ ଆଶ୍ଚର୍ଯ୍ୟ ହୋଇଥିବେ । ସ୍ବାମୀ ହନିମୁନ ପାଇଁ ସ୍ତ୍ରୀ ଗୋଆ ନେବା କଥା । ସ୍ତ୍ରୀ ପୂର୍ବରୁ ମଧ୍ୟ ସ୍ବାମୀଙ୍କ ସହ ଏସମ୍ପର୍କରେ କହିଥିଲେ । ସେମାନଙ୍କର ଗୋଆ ଯିବାର ଟ୍ରିପ୍ ଠିକ ହୋଇଥିଲା । ମାତ୍ର ସ୍ବାମୀ ସ୍ତ୍ରୀଙ୍କୁ ନେଇ ନିଜ ପରିବାର ସହ ଅଯୋଧ୍ୟା ନେଇ ଯାଇଥିଲେ । ଠାକୁରଙ୍କ ପାଖକୁ ଯାଇଥିଲେ ସୁଦ୍ଧା ସ୍ତ୍ରୀ ପ୍ରଥମରୁ ଗୋଆ ଯିବା ପାଇଁ ମନ୍ତସ୍ଥ କରିଥିବାବେଳେ ନଯିବାରୁ ଘରକୁ ଫେରିବା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏପରିକି ସ୍ବାମୀଙ୍କୁ ଛାଡ଼ପତ୍ର ଦେବା ପାଇଁ ସ୍ତ୍ରୀ ଆବେଦନ କରିଥିବା ଦେଖିବାକୁ ମିଳିଛି । ତେବେ ସ୍ବାମୀ ଜଣକ ଜଣେ ଇଞ୍ଜିନିୟର ହୋଇଥିବାବେଳେ ବିବାହ ପରେ ସେମାନେ ବିଦେଶକୁ ହନିମୁନ କରିବାକୁ ଯିବାର ଯୋଜନା କରିଥିଲେ । ମାତ୍ର ପରେ ଉଭୟ ଗୋଆ ଯିବାକୁ ଠିକ ହୋଇଥିଲା । ମାତ୍ର ଏହା ନହେବାକୁ ସ୍ତ୍ରୀ ଜଣକ ଅତ୍ୟଧିକ ରାଗି ଯାଇ ଏଭଳି ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା ହେବାରେ ଲାଗିଛି । ଗତବର୍ଷ ଅଗଷ୍ଟ ମାସରେ ସେମାନଙ୍କ ବିବାହ ହୋଇଥିବା ଜଣାପଡ଼ିଛି ।