ସୋନାକ୍ଷୀଙ୍କୁ ବାପାଙ୍କ ସମ୍ପତିରୁ କିଛି ମଧ୍ୟ ମିଳିବ ନାହିଁ !

ନୂଆଦିଲ୍ଲୀ: ଶତ୍ରୁଘ୍ନ ସିହ୍ନା ଏବଂ ତାଙ୍କ ପରିବାରକୁ ନେଇ ଚର୍ଚ୍ଚା ଜୋରଧରିଛି । ସୋନାକ୍ଷୀ ସିହ୍ନା କିଛି ଦିନ ପୂର୍ବରୁ ଜହିର ଇକବାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ବିବାହରେ ଭାଇ ଲବ୍ ଯୋଗ ନଦେବା ଖବର ପୁଣି ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବର୍ତ୍ତମାନ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ସୋନାକ୍ଷୀ ସିହ୍ନାଙ୍କୁ ବାପାଙ୍କ ସମ୍ପତିରୁ ମିଳିବନି ଭାଗ । ଏକଥା ନିଜେ ଶତ୍ରୁଘ୍ନ ସିହ୍ନା ଏକ ସାକ୍ଷାତକାରରେ କହିଛନ୍ତି ।

ଶତ୍ରୁଘ୍ନ ସିହ୍ନା ଜଣେ ପ୍ରସିଦ୍ଧ ଅଭିନେତା ହେବା ସହିତ ଜଣେ ରାଜନେତା। ୨୧୦ କୋଟି ସମ୍ପତ୍ତିର ମାଲିକ ହେଉଛନ୍ତି ଶତ୍ରୁଘ୍ନ ସିହ୍ନା। କିନ୍ତୁ ତାଙ୍କର ଏକମାତ୍ର ଝିଅ ସୋନାକ୍ଷୀ ସିହ୍ନାକୁ ସମ୍ପତ୍ତିରୁ ଏକ ଟଙ୍କା ମଧ୍ୟ ଦେବେନି ।

ଶତ୍ରୁଘ୍ନ ସିହ୍ନା କ୍ରମାଗତ ଦ୍ୱିତୀୟ ଥର ପାଇଁ ପଶ୍ଚିମବଙ୍ଗ ଆସନ ସୋଲରୁ ଲୋକସଭା ନିର୍ବାଚନ ୨୦୨୪ରେ ଜିତିଛନ୍ତି । ପାଟନା, ମୁମ୍ୱାଇ, ଦେହରାଡୁନ୍ ଏବଂ ଦିଲ୍ଲୀରେ ଅବସ୍ଥିତ ୫ଟି ବଡ ବଡ ବିଲ୍ଡିଂର ମାଲିକ ଶତ୍ରୁଘ୍ନ ସିହ୍ନା । ମୁମ୍ୱାଇରେ ତାଙ୍କ ଘର ‘ରାମାୟଣ’ର ମୂଲ୍ୟ ୮୮ କୋଟି ଟଙ୍କା ।  ଏତେ ସମ୍ପତ୍ତି ଥାଇ ମଧ୍ୟ ସେ ତାଙ୍କ ଝିଅକୁ କିଛି ଦେବେ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି ।

ବାସ୍ତବରେ, ଏକ ସାକ୍ଷାତକାର ସମୟରେ ଶତ୍ରୁଘ୍ନଙ୍କୁ ତାଙ୍କ ସମ୍ପତ୍ତିରୁ ପୁଅ ଏବଂ ଝିଅଙ୍କୁ କେତେ ଅଂଶ ମିଳିବ ବୋଲି ପଚାରାଯାଇଥିଲା । ଏହାର ଉତ୍ତରରେ ସେ କହିଥିଲେ, ମୁଁ ମୋ ଝିଅକୁ କିଛି ଦେବି ନାହିଁ । ସେ ନିଜେ ଆତ୍ମନିର୍ଭରଶୀଳ ଏବଂ ଭଲ ରୋଜଗାର କରୁଛନ୍ତି । ସେ କାହା ଉପରେ ନିର୍ଭରଶୀଳ ନୁହଁନ୍ତି । ମୁଁ ଏଥିପାଇଁ ଗର୍ବିତ । ମୋ ଝିଅ ମୋତେ କହି ସାରିଛି, ସେ ମୋ ଠାରୁ କିଛି ଆବଶ୍ୟକ କରନ୍ତି ନାହିଁ  । ଆଜି ପର୍ଯ୍ୟନ୍ତ ସେ ଯାହା ବି ହାସଲ କରିଛନ୍ତି ସବୁ ତାଙ୍କ ପ୍ରୟାସରେ । ସେ ସବୁବେଳେ ଖୁସିରେ ରୁହନ୍ତୁ ମୁଁ ପ୍ରାର୍ଥନା କରୁଛି ।