ତୃତୀୟ ଟି-୨୦ରେ ଟିମ୍ ଇଣ୍ଡିଆ ଅଧିନାୟକ ପରିବର୍ତ୍ତନ କରିବାକୁ କହିଲେ ଶଶୀ ଥରୁର

1 min read

ରାଞ୍ଚି: ଗତକାଲି ରାଞ୍ଚିରେ ଖେଳାଯାଇଥିବା ଦ୍ବିତୀୟ ଟି-୨୦ ମ୍ୟାଚରେ ୭ ଓ୍ବିକେଟରେ ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ । ଏହି ବିଜୟ ସହ ଭାରତ ଏହି ତିନି ଟିକିଆ ସିରିଜରେ ୨-୦ରେ ଆଗୁଆ ରହିଛି । ତେବେ ପ୍ରଥମ ଦୁଇଟ ମ୍ୟାଚରେ ବିଜୟ ଲାଭ ପରେ ଏବେ ଟିମ୍ ଇଣ୍ଡିଆର ନଜର ରହିଛି ତୃତୀୟ ମ୍ୟାଚ ଉପରେ । କୋଲକାତାର ଇଡେନ ଗାର୍ଡେନ ହେବାକୁ ଥିବା ଏହି ମ୍ୟାଚକୁ ଜିତି ରୋହିତ ବ୍ରିଗେଡ ଏହି ସିରିଜକୁ କ୍ଲିନ ସୁଇପ କରିବା ଲକ୍ଷ୍ୟରେ ରହିଛି । ତେବେ ଦ୍ବିତୀୟ ମ୍ୟାଚକୁ ଦେଖିବା ପାଇଁ ରାଞ୍ଚି ଷ୍ଟାଡିୟମରେ ପହଞ୍ଚିଥିଲେ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ।

ଦ୍ବିତୀୟ ମ୍ୟାଚରେ ଦମଦାର ବିଜୟ ପରେ ଭାରତୀୟ ଟିମ୍ ଉପରେ ଖୁସି ବ୍ୟକ୍ତି କରିଛନ୍ତି । ତେବେ ଦ୍ବିତୀୟ ମ୍ୟାଚ ବିଜୟ ପରେ ତୃତୀୟ ମ୍ୟାଚକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ଶଶୀ ଥରୁର । ଶଶୀ ଥରୁର କହିଛନ୍ତି କି ତୃତୀୟ ମ୍ୟାଚରେ ସିନିୟର ଖେଳାଳଙ୍କୁ ବିଶ୍ରାମ ଦେଇ ଭାରତୀୟ ଦଳର ବେଞ୍ଚ ଷ୍ଟ୍ରେନ୍ଥଙ୍କୁ ଚୁଡାନ୍ତ ଏକାଦଶରେ ସ୍ଥାନ ଦେବାକୁ । ଏଥିସହ ତୃତୀୟ ଟି-୨୦ ମ୍ୟାଚରେ ରୋହିତ ଶର୍ମାଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ଅଧିନାୟକ କରିବାକୁ ମଧ୍ୟ କହିଛନ୍ତି ଶଶୀ ଥରୁର ।

ଶଶୀ ଥରୁର ଟୁଇଟ କରି କହିଛନ୍ତି କି ଭାରତ ଏହି ଟି-୨୦ ସିରିଜ ଜିତିବା ଦେଖି ଖୁସି ଲାଗୁଛି । ପରବର୍ତ୍ତୀ ମ୍ୟାଚରେ ସିନିୟର ଖେଳାଳମାନଙ୍କୁ ବିଶ୍ରାମ ଦେଇ ବେଞ୍ଚ ଷ୍ଟ୍ରେନ୍ଥଙ୍କୁ ଚୁଡାନ୍ତ ଏକାଦଶରେ ସାମିଲ କରିବାକୁ । ସେ କହିଛନ୍ତି କି ରୋହିତ ଶର୍ମା, କେଏଲ ରାହୁଲ, ଋଷଭ ପନ୍ତ, ଭୁବନେଶ୍ବର କୁମାର ଓ ଦିପକ ଚହରଙ୍କୁ ବିଶ୍ରାମ ଦେବା ଉଚିତ୍ । ତୃତୀୟ ମ୍ୟାଚରେ ଶ୍ରେୟସ ଆୟରଙ୍କୁ ଅଧିନାୟକ କରିବାକୁ କହିଛନ୍ତି ଶଶୀ ଥରୁର ।

Leave a Reply