ମାନସ ସ୍ୱାଇଁ ହତ୍ୟା ମାମଲା: ମାଷ୍ଟର ମାଇଣ୍ଡ ଶର୍ମିଷ୍ଠାର ଭାଇ ଗିରଫ

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠାଙ୍କ ଭାଇ ଗିରଫ । ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱର ଗିରଫ ।ଆନ୍ଧ୍ରପ୍ରଦେଶର ବିଜୟଓ୍ୱାଡାରୁ ଧରିଲା ପୋଲିସ । ଭଉଣୀ ଶର୍ମିଷ୍ଠାଙ୍କୁ ଫେରାର କରିବା ପଛରେ ରହିଛି ଭାଇର ହାତ ।

ପୂର୍ବରୁ ୨ ଅଭିଯୁକ୍ତଙ୍କୁ ଚାନ୍ଦବାଲି ପୋଲିସ ଗିରଫ କରିଛି । ହତ୍ୟାକାଣ୍ଡ ଘଟଣାରେ ରାଜ୍ କମ୍ୟୁନିକେସନ ମାଲିକ ସମେତ ୨ ଜଣ ଗିରଫ ହୋଇଛନ୍ତି । ଫେବ୍ରୁଆରୀ ୭ ତାରିଖରେ ମାନସକୁ ଚାନ୍ଦବାଲିରୁ ଅପହରଣ କରାଯାଇଥିଲା । ମାର୍ଚ୍ଚ ୮ରେ ଅପହରଣରେ ବ୍ୟବହୃତ ଗାଡ଼ିକୁ ଜବତ କରାଯାଇଥିଲା । ଡ୍ରାଇଭର ଓ ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ ।

Cameraman Manas Swain Murder Case: Eyewitness Opens Up To OTV

 ଫେବ୍ରୁଆରୀ ୭ରେ ବାହାଘର ସୁଟିଂ ପାଇଁ ଚାନ୍ଦବାଲି ଯାଇଥିଲେ ମାନସ । ହତ୍ୟାକାରୀ ପ୍ରସ୍ତୁତ କରି ସାରିଥିଲେ ଫୁଲପ୍ରୁଫ୍ ପ୍ଲାନ୍ । ସୁଟିଂ ସାରି ଫେରିବା ବାଟରେ ମାନସଙ୍କୁ କିଡନାପ୍ କରିଥିଲେ ଅଭିଯୁକ୍ତ । ପୋଲିସକୁ ଚକ୍‌ମା ଦେବା ପାଇଁ ଭୁବନେଶ୍ୱରରେ ମର୍ଡର ପରେ ନୟାଗଡ଼ ରାଜସୁନାଖଳା ବଧିପାଟଣା ପାହାଡ଼ ତଳେ ମାନସଙ୍କ ମୃତଦେହ ପୋତିଥିଲେ । ସେପଟେ ବହୁ ଖୋଜାଖୋଜି ପରେ ମାନସଙ୍କୁ ନପାଇ ପରିବାର ଲୋକେ ପ୍ରଥମେ ରଣପୁର, ଭୁବନେଶ୍ୱର ଏବଂ ପରେ ଚାନ୍ଦବାଲି ଥାନାରେ ଗତ ମାସ ୧୪ତାରିଖରେ ଅଭିଯୋଗ କରିଥିଲେ ।

Odisha: Web portal owner woman behind murder of Cameraman

ତଦନ୍ତ ବେଳେ ପୋଲିସ ସ୍କାନରକୁ ଆସିଥିଲା ବୋଲେରୋ ଡ୍ରାଇଭର ଭାଗ୍ୟଧର ନାୟକ । ହେପାଜତକୁ ନେଇ ପଚରାଉଚରା ପରେ ସତ ଉଗାରିଥିଲା ଭାଗ୍ୟଧର । ଶବ ପୋତାଯାଇଥିବା ସ୍ଥାନକୁ ନେଇଥିଲା । ଗତ ୧୨ ତାରିଖରେ ମାଟି ତଳୁ ମାନସଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ଏଥିସହିତ ପଢ଼ନ୍ତୁ: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣାରେ ୨ ଅଭିଯୁକ୍ତ ଗିରଫ