୬ ବର୍ଷରେ ସବୁଠାରୁ ଅଧିକ ଖସିଲା ଇନଫୋସିସ୍ ସେୟାର, ଚିନ୍ତାରେ ବୋର୍ଡ

1 min read

ସଂକଟରେ ଇନଫୋସିସ୍ । ମୁଖ୍ୟ କାର୍ଯ୍ୟନିର୍ବାହୀ ସଲିଲ ପାରେଖଙ୍କ ବିରୋଧରେ ହ୍ୱିସିଲବ୍ଲୋୟର ଅଭିଯୋଗ ଆଣିବା ପରେ ସବୁଠାରୁ ଅଧିକ ଖସିଛି କଂପାନୀର ସେୟାର । ଗୋଟିଏ ଦିନରେ ଗତ ୬ ବର୍ଷରେ ସବୁଠାରୁ ଅଧିକ ହ୍ରାସ ହୋଇଛି । ୧୭ ପ୍ରତିଶତରୁ ଅଧିକ ଖସିଛି ଇନଫୋସିସ୍ ସେୟାର । ଷ୍ଟକ୍ ମାର୍କେଟରୁ ୪୪ ହଜାର କୋଟିରୁ ଅଧିକ ଟଙ୍କା ନିବେଶକ ବାହାର କରିଥିବା ଜଣାପଡିଛି । ଭାରତ ବାହାରେ ଆମେରିକାରେ ମଧ୍ୟ କଂପାନୀର ସେୟାରରେ ୧୨ ପ୍ରତିଶତ ହ୍ରାସ ହୋଇଛି ।

ଭାରତର ଏହି ଦ୍ୱିତୀୟ ସର୍ବବୃହତ୍ ଆଇଟି କଂପାନୀର ସିଇଓଙ୍କ ବିରୋଧରେ ଦୁର୍ନୀତି ଓ ଫାଇଦାନେବା ନେଇ ଅଭିଯୋଗ ଆସିବା ପରେ ଅଡିଟ୍ କମିଟିକୁ ତଦନ୍ତ କରିବାକୁ ସୁପାରିସ୍ କରିଛି ବୋର୍ଡ । ଏକ ନିରପେକ୍ଷ ଲ’ ଫାର୍ମକୁ ତଦନ୍ତରେ ସହାୟତା କରିବାକୁ କୁହାଯାଇଛି । ତଦନ୍ତ ନସରିବା ପର୍ଯ୍ୟନ୍ତ ଏଥିରୁ ଉଭୟଙ୍କୁ ଅବ୍ୟାହତି ଦିଆଯାଇଥିବା କଂପାନୀର ଅଧ୍ୟକ୍ଷ ନନ୍ଦନ ନିଲେକାନି କହିଛନ୍ତି । କଂପାନୀର ବଡ଼ ବଡ଼ ଡିଲକୁ ଅତ୍ୟନ୍ତ ହାଲୁକା ଭାବରେ କଂପାନୀର ସିଇଓ ସଲିଲ ପାରେଖ ଓ ସିଏଫଓ ନିଲାଞ୍ଜନା ରୟ କରିଥିବା ଗତ ସେପ୍ଟେମ୍ବର ୨୦ରେ କିଛି କର୍ମଚାରୀ ବୋର୍ଡକୁ ଜଣାଇଥିଲେ ।

ଏ ଦିଗରେ କଂପାନୀ କୌଣସି ପଦକ୍ଷେପ ନନେବାରୁ ସେମାନେ ଏ ତଥ୍ୟ ଲିକ୍ କରିଥିବା ଜଣାପଡ଼ିଛି । ଅକ୍ଟୋବର ୧୦ରେ ବୋର୍ଡ ପାଖରୁ ୨ଟି ଅଭିଯୋଗ ଆସିଥିବା ଆଜି ନିଲେକାନି କହିଛନ୍ତି । ତେବେ ସିଇଓଙ୍କର ବାରମ୍ବାର ବିଦେଶ ଗସ୍ତ ଓ ବେଆଇନ୍ ଭାବେ ଡିଲ୍ ନେଇ ଅଭିଯୋଗ ଥିବା କଂପାନୀ କହିଛି । ')}

Leave a Reply