ସେୟାର ମାର୍କେଟରେ ହାହାକାର; ଖସିଲା ସେନସେକ୍ସ ଓ ନିଫ୍ଟ
1 min read
ମୁମ୍ବାଇ: ଶୁକ୍ରବାର ଦିନ ଘରୋଇ ଷ୍ଟକ୍ ମାର୍କେଟ୍ ତୀବ୍ର ବେଗରେ ତଳକୁ ଖସିଛି । BSE ସେନସେକ୍ସ ପ୍ରାରମ୍ଭିକ କାରବାରରୁ ୮୫୦ ପଏଣ୍ଟକୁ ଖସି ଥିବାବେଳେ ନିଫ୍ଟି ୧୬,୪୫୦ ତଳକୁ ଖସି ଆସିଛି। ଅଟୋ ଇଣ୍ଡେକ୍ସ ପ୍ରାୟ ୨ ପ୍ରତିଶତ ହ୍ରାସ ପାଇଛି। ନିଫ୍ଟି ପାଇଁ ଟାଟା ମୋଟର୍ସ, ଭାରତ ଫୋର୍ଜ, ଟ୍ୟୁବ୍ ଇନଭେଷ୍ଟମେଣ୍ଟ ଅଫ୍ ଇଣ୍ଡିଆ ସବୁଠୁ ଅଧିକା କ୍ଷତିଗ୍ରସ୍ତ ହୋଇଛି । ସେହିପରି ମେଟାଲ୍ ସେୟାର ଉପରେ ମଧ୍ୟ ପ୍ରଭାବ ପଡିଛି। ଏପିଏଲ୍ ଅପୋଲୋ ଟ୍ୟୁବ୍, ସିଲ୍, ହିନ୍ଦଲକୋରେ ହ୍ରାସ ସହ ମେଟାଲ୍ ଇଣ୍ଡେକ୍ସରେ ମଧ୍ୟ ୩ ପ୍ରତିଶତ ହ୍ରାସ ପାଇଛି।
ଦିନ ୧୧ଟା ୨୦ ବେଳକୁ ମାର୍କେଟ୍ ୨ ପ୍ରତିଶତ ତଳକୁ ଖସିଥିଲା । ସେନସେକ୍ସ ୧୦୦୦ ଅଙ୍କରୁ ଖସି ୫୪,୬୫୦ ଅଙ୍କରେ ପହଞ୍ଚିଥିଲା। ସେହିପରି ନିଫ୍ଟି ୩୨୫ ଅଙ୍କରୁ ଅଧିକ ଖସି ୧୬,୩୫୦ ଅଙ୍କରେ ଟ୍ରେଣ୍ଡ କରୁଥିଲା। ଦିନକୁ ଦିନ ବଢୁଥିବା ଦରଦାମକୁ ଦେଖି ଇନଭେଷ୍ଟର ମାନେ ସେୟାର ମାର୍କେଟରୁ ପଇସା ଉଠାଇ ନେଉଛନ୍ତି।
ସେହିପରି ଆଜି ଡଲାର୍ ତୁଳନାରେ ଟଙ୍କା ୩୮ ପଇସା ଖସିବା ସହିତ ୭୬.୩୮ରେ ପହଞ୍ଚିଛି। ଏସିଆର ଅନ୍ୟ ବଜାର ତଥା ହଂକଂ, ସାଂଘାଇ ଓ କୋରିଆ ବଜାର ଖସିଥିବା ବେଳେ ଟୋକିଓ ସାମାନ୍ୟ ଲାଭରେ ରହିଛି । ଅପରପକ୍ଷେ ଗୁରୁବାର ଦିନ ଆମେରିକାର ସେୟାର ବଜାରରେ ଷ୍ଟକ୍ ଖସିଥିଲା ।