ଇସ୍ରାଏଲ୍ ଏବଂ ହମାସ ସଂଘର୍ଷ, ଖସୁଛି ସେନସେକ୍ସ

1 min read

ନୂଆଦିଲ୍ଲୀ: ଇସ୍ରାଏଲ୍ ଏବଂ ହମାସ ସଂଘର୍ଷର ପରିଣାମ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ବିଶ୍ବ ବଜାରରେ ଅର୍ଥନୈତିକ ସ୍ଥିତି ବିଗିଡିବାରେ ଲାଗିଛି । ମାତ୍ର ୬ ଦିନରେ ୩୦୦୦ ପଏଣ୍ଚ କ୍ରାସ୍ କରିଛି ଭାରତୀୟ ସେୟାର ବଜାର । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସୂତକାଙ୍କରେ ଗୁରୁବାର ପୁଣିଥରେ ୭୦୦ ପଏଣ୍ଟର ଫଲ୍ ଦେଖିବାକୁ ମିଳିଛି । ୮ ମାସ ତଳକୁ ଖସିଛି ସେନସେକ୍ସ । ୬୩ ହଜାର ୭୦୦ରେ BSE ପହଞ୍ଚିଥିବା ବେଳେ ନିଫଟି-୫୦ ୧୮୯୦୦ର ବଡ଼ ସପୋର୍ଟ ଲେବଲ ବ୍ରେକ୍ କରିଛି । ବ୍ୟାଙ୍କ ନିଫଟି ୪୨୪୦୦ ତଳକୁ ଖସିଛି । ସବୁ ସେକ୍ଟରରେ ବ୍ଲଡ୍ ବାଥ୍ ଦେଖିବାକୁ ମିଳିଛି ।

ନିବେଶକମାନେ ଲସରେ ମଧ୍ୟ ମାର୍କେଟରୁ ଟଙ୍କା ବାହାର କରୁଥିବା ଦେଖିବାକୁ ମିଳିଛି । ଗତ ୬ ଦିନର ଟ୍ରେଡିଂ ସେସନରେ FII ବା ଫରେନ୍ ଇନଷ୍ଟିଚ୍ୟୁସନାଲ୍ ଇନଭେଷ୍ଟର ୮ ହଜାର କୋଟିରୁ ଅଧିକ ଟଙ୍କା ଭାରତୀୟ ବଜାରରୁ ଉଠାଇସାରିଲେଣି । ଘରୋଇ ନିବେଶକ ୫୦୦୦ କୋଟି ଟଙ୍କାର ଅଧିକ ନିବେଶ କରିଛନ୍ତି । ମୋଟ୍ ଉପରେ ନିବେଶକଙ୍କୁ ୨୦ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି । କେବଳ ସୋମବାର ଓ ବୁଧବାର ୧୨ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି। ଗୁରୁବାର ବ୍ୟାଙ୍କ ନିଫଟି ଏବଂ ନିଫଟି-୫୦ର ଏକ୍ସପାୟାରି ଥିବା ବେଳେ ମାର୍କେଟ ତଳକୁ ତଳକୁ ଖସିବା ଘୋର ଆଲୋଡ଼ନ ସୃଷ୍ଟି କରିଛି। ବିଶେଷକରି ମେଟାଲ, ଫାଇନାନ୍ସ, ବ୍ୟାଙ୍କ, ଫାର୍ମା, ଆଇଟି, ମିଡିଆ ଏବଂ ପାଓ୍ବାର ସେକ୍ଟରରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି ।

ସ୍ମଲ୍ କ୍ୟାପ୍ ସେକ୍ଟର ଗୁଡିକରେ ୧୫ରୁ ୨୩ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଇକ୍ବିଟିରେ ଦେଖିବାକୁ ମିଳିଥିବା ବେଳେ ମିଡ୍ କ୍ୟାପରେ ୧୩ରୁ ୧୭ ଓ ଲାର୍ଡ କ୍ୟାପରେ ୭ରୁ ୧୩ ପ୍ରତିଶତ ପର୍ଯ୍ୟନ୍ତ ଫଲ୍ ଦେଖିବାକୁ ମିଳିଛି । ଓଭରଅଲ୍ ପୋର୍ଟଫୋଲିଓ ଦେଖିଲେ ୭ରୁ ୧୧ ପ୍ରତିଶତ ପର୍ଯ୍ୟନ୍ତ ଫଲ୍ ହୋଇଛି।  ଆମେରିକାର ପ୍ରମୁଖ କଂପାନୀ ଗୁଡିକର ସେୟାରରେ ୩ରୁ ୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖିବାକୁ ମିଳିଥିବା ବେଳେ ନାସଡାକ୍ ଗତକାଲି ୩୦୦ ପଏଣ୍ଟ ଖସିଛି ଯାହାକି ଅଢେଇ ପ୍ରତିଶତ ହେବ। ହଂଙ୍କଠାରୁ ଆରମ୍ଭ କରି ଜାପାନ୍ ପର୍ଯ୍ୟନ୍ତ ସବୁଠି ମାର୍କେଟରେ ବଡ଼ ସେଲ୍ ଓ ଫଲ୍ ଦେଖିବାକୁ ମିଳିଛି।