ସେୟାର ବଜାରରେ ହାହାକାର,ବଜାର ଖୋଲିବା ସହିତ ୮ ଲକ୍ଷ କୋଟି ଟଙ୍କା ବୁଡ଼ିଲା

ନନ୍ଦିଘୋଷ ବ୍ୟୁରୋ: ସୋମବାର ସେୟାର ମାର୍କେଟରେ ଦେଖିବାକୁ ମିଳିଛି ହାହାକାର । ସପ୍ତାହର ଆରମ୍ଭ ଡାଉନରୁ ଆରମ୍ଭ ହୋଇଛି । ନିଷ୍ଟି ଏବଂ ସେନସେକ୍ସ ହ୍ରାସ ହୋଇଥିବା ଦେଖିବାକୁ ମିଳିଛି । ସୋମବାର ସେୟାର ବଜାର ଖୋଲିବା ମାତ୍ର ନିଫ୍ଟି ୧.୩୩ ପ୍ରତିଶତ ହ୍ରାସ ହୋଇଥିବାବେଳେ ସେନସେକ୍ସ ୧.୧୦ ହ୍ରାସ ହୋଇଛି । ଶନିବାର ଏବଂ ରବିବାର ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଥିଲା। ଇରାନ ଇସ୍ରାଏଲର ଅନେକ ସ୍ଥାନକୁ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଥିବାରୁ ସମଗ୍ର ବିଶ୍ୱରେ ଉତ୍ତେଜନା ବୃଦ୍ଧି ପାଇଛି। ଏଥି ସହିତ, ଆଗାମୀ ସମୟ ବହୁତ କଷ୍ଟସାଧ୍ୟ ହେବ ବୋଲି କୁହାଯାଉଛି। ଯେଉଁ କାରଣରୁ ସେୟାର ବଜାରରେ ଡ୍ରାସ ହୋଇଥିବା ଦେଖିବାକୁ ମିଳିଛି । ବିଶେଷକରି ଅଶୋଧିତ ତୈଳ ମୂଲ୍ୟ ଏବଂ ମୁଦ୍ରାସ୍ଫୀତିର ବ୍ୟାପକ ବୃଦ୍ଧି ହେବାର ସମ୍ଭାବନା ଅଛି। ଯେଉଁଥିପାଇଁ ଷ୍ଟକ୍ ମାର୍କେଟରେ ମଧ୍ୟ ବହୁତ ହ୍ରାସ ଘଟିଛି। ଶୁକ୍ରବାର ଷ୍ଟକ୍ ମାର୍କେଟ୍ ୧ ପ୍ରତିଶତ ହ୍ରାସ ପରେ ସୋମବାର ବଜାର ଖୋଲିବା ମାତ୍ରେ ସେନସେକ୍ସ ଏବଂ ନିଫ୍ଟିରେ ଏକ ବଡ଼ ହ୍ରାସ ହୋଇଛି ।  ​​