ନିର୍ବାଚନ ଫଳାଫଳ ମଧ୍ୟରେ ସେୟାର ବଜାର ଗରମ, ନିବେଶକ ହରାଇଲେ ୧୪.୨୭ ଲକ୍ଷ କୋଟି ଟଙ୍କା
ମୁମ୍ବାଇ: ନିର୍ବାଚନ ଫଳାଫଳ ମଧ୍ୟରେ ସେୟାର ବଜାରରେ ବଡ କ୍ଷତି । ସେନସେକ୍ସରେ ୧୫୦୦ରୁ ଅଧିକ ଅଙ୍କରେ ସେୟାର ମାର୍କେଟ ଡାଉନ୍ ରହିଛି । ସେପଟେ ନିଫ୍ଟିରେ ୨ ପ୍ରତିଶତରୁ ଅଧିକ ଅଙ୍କ ହ୍ରାସ ଦେଖିବାକୁ ମିଳିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିର ସେୟାରରେ ୩ ପ୍ରତିଶତରୁ ଅଧିକ ପଏଣ୍ଟ ହ୍ରାସ ଦେଖିବାକୁ ମିଳିଛି ।
ସେହିପରି ଟିସିଏସ ସେୟାରରେ ଏକ ପ୍ରତିଶତ ହ୍ରାସ ଘଟିଛି । ଏହା ସହ ସନ ଫାର୍ମା ସେୟାରରେ ଦ୍ରୁତ ଗତିରେ ହ୍ରାସ ଦେଖିବାକୁ ମିଳିଛି । ଯେଉଁ କାରଣରୁ ମାତ୍ର ୧୫ ମିନିଟରେ ନିବେଶକଙ୍କୁ ୧୪.୨୭ ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି ।