ଶରତ ସନ୍ଧ୍ୟା କାର୍ଯକ୍ରମ ଅନୁଷ୍ଠିତ, ଲେଖକ ଓ ବାଗ୍ମୀ କୃଷ୍ଣକେଶବ ଷଡ଼ଙ୍ଗୀଙ୍କୁ ପ୍ରଥମ ଶରତ ସମ୍ମାନ

1 min read

ଭୁବନେଶ୍ୱର: ରବୀନ୍ଦ୍ର ମଣ୍ଡପରେ କଥା, କବିତା, ସଂଗୀତ, ନୃତ୍ୟ ଓ ଚିତ୍ରର ସାବଲୀଳ ସମାରୋହ ଶରତ ସନ୍ଧ୍ୟା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । କବି ଶରତ କୁମାର ଦାଶଙ୍କ ଲିଖିତ କବିତା ସଂକଳନ ତଥା ସଂଗୀତ ଆଲବମ୍ ‘ଅଭିସାର’ ଓ ସ୍ମୃତିକଥା ସଂକଳନ `କାହାଣୀ ସରିନାହିଁ ‘ ଉନ୍ମୋଚିତ ହୋଇଛି । ଲେଖକ ଓ ବାଗ୍ମୀ କୃଷ୍ଣକେଶବ ଷଡ଼ଙ୍ଗୀଙ୍କୁ ପ୍ରଥମ ଶରତ ସମ୍ମାନ-୨୦୨୨ ପ୍ରଦାନ କରାଯାଇଛି ।

ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୮ ଜଣ ବ୍ୟକ୍ତିତ୍ଵଙ୍କୁ ସମ୍ମାନିତ କରାଯାଇଛି ।

ଉତ୍ସବରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ , ଭୁବନେଶ୍ବର ମେୟର ସୁଲୋଚନା ଦାସ , ଭୁବନେଶ୍ବର ପ୍ରଧାନ ଆୟକର ଆୟୁକ୍ତ ତଥା ଲେଖକ ଧୀରେନ୍ଦ୍ର କୁମାର ମିଶ୍ର , ରାଜ୍ୟ ସରକାରଙ୍କ ଅତିରିକ୍ତ ଶାସନ ସଚିବ ତଥା ଲେଖକ ମଧୁସୂଦନ ପାଢ଼ୀ, ପ୍ରସିଦ୍ଧ କଥାକାର, ଚିନ୍ତକ ଓ ଶିଶୁ ସାହିତ୍ୟିକ ଦାଶ ବେନହୁରଙ୍କ ସହ ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତା ତଥା ସମାଜସେବୀ ସବ୍ୟସାଚୀ ମିଶ୍ର ଓ ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।