୨୦ ମାର୍ଚ୍ଚରେ ଆରଜେଡିରେ ବିଲୟ ହେବ ଶରଦ ଯାଦବଙ୍କ ଏଲଜେଡି
1 min readପାଟନା: ପୁଣି ଥରେ ସରଗରମ ହେବାରେ ଲାଗିଛି ବିହାର ରାଜନୀତି । ନିକଟରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନାଙ୍କ ମଧ୍ୟରେ ବିବାଦ ଏବେ ଶେଷ ହୋଇଛି । ଏହି ବିବାଦ ପରେ ଏବେ ବିହାର ରାଜନୀତି ପୁଣି ସରଗରମ ହେବାରେ ଲାଗିଛି । ଲୋକତାନ୍ତ୍ରିକ ଜନତା ଦଳର ମୁଖ୍ୟ ଶରଦ ଯାଦବ ଏବେ ଏକ ବଡ଼ ଘୋଷଣା କରିଛନ୍ତି । ଶରଦ ଯାଦବ ଖୁବଶୀଘ୍ର ତାଙ୍କ ପାର୍ଟି ଏଲଜେଡିକୁ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପାର୍ଟି ରାଷ୍ଟ୍ରିୟ ଜନତା ଦଳରେ ବିଲୟ ହେବ । ଏହି ସୂଚନା ଏଲଜେଡି ମୁଖ୍ୟ ଶରଦ ଯାଦବ ଦେଇଛନ୍ତି । ଶରଦ ଯାଦବ କହିଛନ୍ତି କି ୨୦ ମାର୍ଚ୍ଚରେ ଅଧିକାରିକ ଭାବରେ ତାଙ୍କ ପାର୍ଟି ଏଲଜେଡିକୁ ଲାଲୁ ଯାଦବଙ୍କ ଆରଜେଡିରେ ବିଲୟ କରିବେ । ଏହି ଅବସରରେ ତାଙ୍କ ଦିଲ୍ଲୀ ସ୍ଥିତ ବାସ ଭବନରେ ଏକ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଶରଦ ଯାଦବ ସୂଚନା ଦେଇଛନ୍ତି ।
देश में मजबूत विपक्ष स्थापित करना समय की मांग है।मैं इस दिशा में न केवल बिखरी हुई तत्कालीन जनता दल बल्कि अन्य समान विचारधारा वाली पार्टियों को एकजुट करने के लिए लंबे समय से काम कर रहा हूं और इसीलिए अपनी पार्टी एलजेडी का राजद में विलय करने का फैसला किया।
— SHARAD YADAV (@SharadYadavMP) March 16, 2022
ଲାଲୁ ପ୍ରସାଦ ଯାଦବ ୩ ଅଗଷ୍ଟ ୨୦୨୧ରେ ନୂଆଦିଲ୍ଲୀରେ ଶରଦ ଯାଦବଙ୍କୁ ଭେଟିଥିଲେ । ଶରଦ ଯାଦବଙ୍କୁ ଭେଟିବା ପରେ ରାଜନୀତିକୁ ନେଇ ଖୋଲାଖୋଲି ଭାବରେ କହିଥିଲେ ଲାଲୁ । ଲାଲୁ ଯାଦବ ସେ ସମୟରେ କହିଥିଲେ କି ଶରଦ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ । ଏହା ସହ ସେ ମଧ୍ୟ ସାଂସଦ ନାହାନ୍ତି । ଯାହା ଫଳରେ ଶରଦ ଯାଦବ ତାଙ୍କ ପାର୍ଟିକୁ ନେଇ ବଡ଼ ଘୋଷଣା କରିପାରନ୍ତି ବୋଲି ଲାଲୁ ଯାଦବ କହିଥିଲେ ।
ସୂଚନା ଅନୁସାରେ ନିତୀଶ କୁମାରଙ୍କ ସହ ରାଜନୈତିକ ମତଭେଦ ପାଇଁ ୨୦୧୮ରେ ଜେଡୁୟୁରୁ ବାହାରି ଥିଲେ । ଜେଡୁୟୁରୁ ବାହାରିବା ପରେ ଲୋକତାନ୍ତ୍ରିକ ଜନତା ଦଳ ନାମକ ଏକ ରାଜନୈତିକ ପାର୍ଟି ଗଠନ କରିଥିଲେ । ଏହା ପରେ ଶରଦ ଯାଦବ ୨୦୧୯ ଲୋକସଭା ନିର୍ବାଚନରେ ଆରଜେଡି ଟିକେଟରେ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ସେ ଜେଡିୟୁର ଦିନେଶ୍ୱର ଯାଦବଙ୍କ ଠାରୁ ୧ ଲକ୍ଷ ଭୋଟରେ ପରାଜୟ ବରଣ କରିଥିଲେ ।