ଆର୍ୟୁବେଦ ପ୍ରଣାଳୀରେ କରୋନାରୁ ବର୍ତ୍ତିବାର ବାଟ ଦେଖାଇଲେ ଶଙ୍କରାଚାର୍ଯ୍ୟ

ପୁରୀ: କରୋନା ଭଳି ମହାମାରୀ ରୋଗର ନିରାକରଣ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଦେଇଛନ୍ତି ପରାମର୍ଶ । ସମ୍ପୂର୍ଣ ଆର୍ୟୁବେଦ ପଦ୍ଧତି ରେ ପ୍ରସ୍ତୁତ କାଢା, ଘିଅ ତଥା ଗୋମୂତ୍ରର ବ୍ୟବହାର କରି କରୋନା ମହାମାରୀ ରୋଗ ଠାରୁ ବର୍ତ୍ତିବାର ବାଟ ଦେଖାଇଛନ୍ତି ଜଗତଗୁରୁ । ପୁରୀ ଗୋବର୍ଧନ ମଠରେ ଚାଲିଥିବା ବିଜ୍ଞାନ ସଂଗୋଷ୍ଠୀ କାର୍ଯ୍ୟକ୍ରମରେ ଦେଶ ତଥା ବିଦେଶର ବିଭିନ୍ନ ପ୍ରାନ୍ତରୁ ବୈଜ୍ଞାନିକ, ଡାକ୍ତର  ମାନଙ୍କ ସହ ଭିଡିଓ କନଫରେନସିଂ ମାଧ୍ୟମରେ  ଆଲୋଚନା କରିଛନ୍ତି ।

ସମ୍ପୂର୍ଣ ଆର୍ୟୁବେଦିକ ପ୍ରଣାଳୀରେ କରୋନାରୁ ବର୍ତ୍ତିବାର ବାଟ ଦେଖାଇଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ନିମ୍ବପତ୍ର, ତେଜପତ୍ର, ଅଦା, ଅମୃତଭଣ୍ଡା ପତ୍ର, ଜଷ୍ଟି ମଧୁ, ହଳଦୀ ଓ ଘିଅ ରେ ପ୍ରସ୍ତୁତ କାଢ଼ାର ନିୟମିତ ସେବନ ଦ୍ୱାରା ହୋଇପାରିବ କରୋନାର ନିରାକରଣ । ବାହାର ବିଷାକ୍ତ ବାତାବରଣରୁ ବର୍ତ୍ତିବାକୁ ହେଲେ ନାକର ଛିଦ୍ରରେ ଗାଈ ଘିଅ ଲଗାଇବା, ତୁଳସୀ, ମହୁ ର ନିୟମିତ ସେବନ କଲେ କରୋନା ଭଳି ମହାବିପତ୍ତିରୁ ବର୍ତ୍ତିପାରିବା ବୋଲି କହିଛନ୍ତି ଜଗତଗୁରୁ । ସୃଷ୍ଟିର ସଂରଞ୍ଚନା ପାଇଁ ପ୍ରୟୋଜନର ଜ୍ଞାନ ନଥିବାରୁ ଏଭଳି ପରିଣତି ଘଟିଛି । ସେପଟେ ଏହି ବୈଠକରେ କିଭଳି ଭାବରେ ଆମେମାନେ ସଚେତନ ରହିବା ଏବଂ ଆର୍ୟୁବେଦ ଚିକିତ୍ସାକୁ ଆପଣେଇବା ସମ୍ପର୍କରେ କହିଥିଲେ ଜଗତଗୁରୁ ।

ଅନ୍ୟପଟେ ସୁମଙ୍ଗଳ ବିଶ୍ୱର ସରନଞ୍ଚନା ପାଇଁ ମାର୍ଗ ପ୍ରସ୍ତୁତ କରୁଛନ୍ତି ଜଗତଗୁରୁ। ଦେଶବିଦେଶର ୨୦ ବୈଜ୍ଞାନିକଙ୍କୁ ନେଇ ଭିଡିଓ କନଫରେନସିଂ ମାଧ୍ୟମରେ ଚାଲିଛି ଆଲୋଚନା । ବିଜ୍ଞାନର ପରିଭାଷା, ଉଦେଶ୍ୟ, ପ୍ରଭେଦ, ବୈଜ୍ଞାନିକ ସିଦ୍ଧାନ୍ତ ସହ ମନ୍ତ୍ର ତନ୍ତ୍ର ଯନ୍ତ୍ର ଭଳି ୮ଟି ପ୍ରସଙ୍ଗ ଉପରେ ହେଉଛି ବିସ୍ତୃତ ଆଲୋଚନା । ଦେଶ ତଥା ବିଦେଶର ବୈଜ୍ଞାନିକ ମାନେ ଭିଡିଓ କନଫରେନସିଂ ଦ୍ୱାରା ନିଜର ଭାବ ବ୍ୟକ୍ତ କରିଛନ୍ତି ।  ଭଗବାନ ଜଗତର ସୃଷ୍ଟି କର୍ତ୍ତା ଏବଂ ଜଳ,ବାୟୁ, ଆକାଶ, ପ୍ରାଣୀ, ଉଦ୍ଭିଦର  ସୃଷ୍ଟି କର୍ତ୍ତା ମାନବ ସମାଜ । ବିକାଶ ନାମରେ ପୃଥିବୀ, ବାୟୁ, ଜଳ, ଆକାଶ ଯେଉଁଭଳି ନଷ୍ଟ ହେଉଛି ଫଳରେ ଏଭଳି ମହାମାରୀ ସୃଷ୍ଟି ହେଉଛି ବୋଲି ଜଗତଗୁରୁ କହିବା ସହ ବେଦ, ଶାସ୍ତ୍ର ଓ ଉପନିଷଦ ଆଜିବି ବିଜ୍ଞାନ ସହ ସାମଞ୍ଜସ୍ୟ ରଖିଥିବାବେଳେ ସମସ୍ତଙ୍କ ପାଇଁ ସୁମଙ୍ଗଳ ବୋଲି କହିଛନ୍ତି ଜଗତଗୁରୁ ।

Leave a Reply