ସୋସିଆଲ ମିଡିଆରେ ଫଟୋ ସେୟାର କଲେ ସାମି, ଜାଣନ୍ତୁ କେମିତି ଅଛି ସ୍ବାସ୍ଥ୍ୟବସ୍ଥା
1 min readନନ୍ଦିଘୋଷ ବ୍ୟୁରୋ: ନିଜ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଅପଡେଟ୍ ଦେଇଛନ୍ତି ସ୍ବିଙ୍ଗ୍ କିଙ୍ଗ୍ ଭାବେ ପରିଚିତ ମହମ୍ମଦ ସାମି । ଅସ୍ତ୍ରୋପଚାର ହେବାପରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ମହମ୍ମଦ ସାମି । ଏକ୍ସରେ ତିନୋଟି ଫଟୋ ସେୟାର କରିଛନ୍ତି ସାମି । ଯେଉଁଥିରେ ନିଜର ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ତାଙ୍କ ପ୍ରଶଂସକଙ୍କୁ ଜଣାଇଛନ୍ତି । ଡାହାଣ ଗୋଡ଼ ଗୋଇଠିରେ ଯନ୍ତ୍ରଣା ହେଉଥିବାବେଳେ ଅସ୍ତ୍ରୋପଚାର ହୋଇଛି । ୨୬ ଫେବୃଆରୀରେ ଅସ୍ତ୍ରୋପଚାର ହୋଇଥିବାବେଳେ ପୂର୍ବରୁ ମଧ୍ୟ ନିଜର ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଅପଡେଟ୍ ଦେଇଥିଲେ । ବିଶ୍ବକପରେ ହିରୋ ପାଲଟିଥିବା ସାମିଙ୍କ ଅସ୍ତ୍ରୋପଚରା ହୋଇଥିବାବେଳେ ଚଳିତ ଆଇପିଏଲରେ ମଧ୍ୟ ଖେଳିନପାରନ୍ତି । ସେପଟେ ଟି-୨୦ ବିଶ୍ବକପ ହେବାକୁ ଥିବାବେଳେ ସାମି ସୁସ୍ଥ ହୋଇ ଦଳକୁ ଫେରିବେ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ । ଗତ ଆଇପିଏଲ ସିଜିନ ଏବଂ ବିଶ୍ବକପରେ ସାମି ପ୍ରଦର୍ଶନ ଭଲ ରହିଥିବାବେଳେ ଟି-୨୦ ବିଶ୍ବକପରେ ସେ ପୁଣି ଦଳକୁ ଫେରନ୍ତୁ ଏବଂ ଟିମ ଇଣ୍ଡିଆକୁ ବିଜୟ କରନ୍ତୁ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି ।
Hello everyone! I wanted to provide an update on my recovery progress. It has been 15 days since my surgery, and I recently had my stitches removed. I am thankful for the advancements I have achieved and looking forward to the next stage of my healing journey. ? pic.twitter.com/wiuY4ul3pT
— ???????? ????? (@MdShami11) March 13, 2024