spot_img

Latest Posts

ମୟୂରଭଞ୍ଜ ଚାନ୍ଦୁଆ ଥାନା ଅଞ୍ଚଳରେ ଲଜ୍ଜା ; ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ମୟୂରଭଞ୍ଜ ଚାନ୍ଦୁଆ ଥାନା ଅଞ୍ଚଳରେ ଲଜ୍ଜା। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ, ଗତକାଲି ରାତିରେ ସ୍ଥାନୀୟ ଅଞ୍ଚଳରେ ଏକ ବାହାଘର ଭୋଜି ଚାଲିଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ନାବାଳିକା ଜଣକ ନିଖୋଜ ହେବା ନେଇ ପରିବାର ଲୋକେ ଚାନ୍ଦୁଆ ଥାନାରେ ଅଭିଯୋଗ କରିଥିଲେ। ପରେ ନାବାଳିକାଙ୍କ ବୟାନକୁ ଆଧାର କରି ପୋଲିସ ୨ ଅଭିଯୁକ୍ତଙ୍କୁ ଅଟକ ରଖିଛି।  ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Latest Posts

Don't Miss