‘ଲକ୍ଷ୍ମୀ ବମ୍’କୁ ମୁକେଶ ଖାନ୍ନାଙ୍କ ବିରୋଧ !

1 min read
Shaktimaan Actor Mukesh Khanna Is Against Akshay Kumar Film Laxmi Bomb For Title

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍’ ବହୁ ସମାଲୋଚନାର ସମ୍ମୁଖୀନ ହୋଇଛି । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାରଙ୍କ ନାଁ ଆସିଫ ହୋଇଥିବାରୁ ଅନେକ ଦର୍ଶକ ଫିଲ୍ମକୁ ନିନ୍ଦା କରୁଛନ୍ତି । ଏବେ  ଫିଲ୍ମର ନାଁକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠାଯାଉଛି । ଅଭିନେତା ମୁକେଶ ଖାନ୍ନା ଏନେଇ ପ୍ରଶ୍ନ କରିଛନ୍ତି । ମୁକେଶ ଖାନ୍ନା ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍’ର ଏକ ପୋଷ୍ଟର ସେୟାର କରିଛନ୍ତି । ଏହି ପୋଷ୍ଟର ସେୟାର କରି ସେ ଫିଲ୍ମର ନାମକୁ ବିରୋଧ କରିଛନ୍ତି । ମୁକେଶ ଖାନ୍ନା ତାଙ୍କ ପୋଷ୍ଟରେ ଫିଲ୍ମ ବ୍ୟାନ ହେବା ଉଚିତ୍ ବୋଲି ଲେଖିଛନ୍ତି ।

Shaktimaan Actor Mukesh Khanna Is Against Akshay Kumar Film Laxmi Bomb For Title

ଫିଲ୍ମର ଟାଇଟଲ ନେଇ ମୁକେଶ କହିଛନ୍ତି ଯେ, ଲକ୍ଷ୍ମୀଙ୍କ ନାଁ ସହ ବମ୍ ଯୋଡ଼ିବା ଅନୁଚିତ୍ । ଏଭଳି ନାଁ ପାଇଁ ଅନୁମତି ମିଳିବା ଅନୁଚିତ୍ । କିଏ ଆଲ୍ଲା କିମ୍ବା ଜିସୁଙ୍କ ନାଁ ପୂର୍ବରୁ ବମ୍ ଲଗାଇପାରିବ କି ? ଉତ୍ତରରେ ସେ ନିଜେ ନା ବୋଲି ଲେଖିଛନ୍ତି । ଏବଂ ଲକ୍ଷ୍ମୀଙ୍କ ସହ କେମିତି ବମ୍ ଲଗାଯାଇଛି ବୋଲି ପଚାରିଛନ୍ତି । ଏଭଳି ଫିଲ୍ମର ନାଁ ନେଇ ଅନେକ ସମାଲୋଚନା କରିବେ କିନ୍ତୁ ରିଲିଜ୍ ହେବା ପରେ ଫାର୍ଷ୍ଟ ଡେ ଫାର୍ଷ୍ଟ ଶୋ’ ନିହାତି ଦେଖିବେ ।

Shaktimaan Actor Mukesh Khanna Is Against Akshay Kumar Film Laxmi Bomb For Title

ଏହାକୁ ବନ୍ଦ କରିବାକୁ ପଡ଼ିବ ଏବଂ ଏହା କେବଳ ଜନସାଧାରଣ ହିଁ କରିପାରିବେ । ମୁକେଶ ଖାନ୍ନା ଶେଷରେ ଲେଖିଛନ୍ତି ଯେ, ‘କିଛି ଲୋକ ଏହାକୁ ଲଭ୍ ଜିହାଦ୍ କିମ୍ବା ଇସଲାମିକ୍ ଫଣ୍ଡିଂ ବୋଲି କହୁଛନ୍ତି। ଏହା ସତ୍ୟ ହୋଇପାରେ କିମ୍ବା ନ ହୋଇପାରେ । ଫିଲ୍ମ ଇଣ୍ଡଷ୍ଟ୍ରୀରେ ୪୦ ବର୍ଷ ବିତାଇବା ପରେ, ସେ ଦାବି ସହିତ କହିଛନ୍ତି- ପ୍ରତ୍ୟେକ ନିର୍ମାତା ତାଙ୍କ ଚଳଚ୍ଚିତ୍ରକୁ ହିଟ୍ ଭାବେ ଦେଖିବାକୁ ଚାହାଁନ୍ତି । ଲକ୍ଷ୍ମୀ ବମ୍ ନେଇ ଲେଖାଯାଇଥିବା ମୁକେଶ ଖାନ୍ନାଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ।

Leave a Reply