ଏମିତି ମାଫିଆ କିଙ୍ଗ୍ ଖାନଙ୍କୁ ଦେଉଥିଲା ଧମକ,ତେବେ ଶାହାରୁଖଙ୍କ ଉତ୍ତର କଣ ଥିଲା ?

1 min read

ମୁମ୍ବାଇ: ବଲିଉଡ ବାଦଶାହ ଶାହରୁଖ ଖାନ କେବଳ ରିଲ୍ ଲାଇଫ ନୁହେଁ ବରଂ ରିଅଲ ଲାଇଫରେ ମଧ୍ୟ କୌଣସି ହିରୋଠୁ କମ ନଥିଲେ । କିଙ୍ଗ ଖାନ ବ୍ୟତୀତ ସେ ଜଣେ ସାହସୀ ଅଭିନେତା ଭାବେ ମଧ୍ୟ ପରିଚିତ । ବଲିଉଡରେ ପାଦ ଦେବା ପରେ ସେ ଖୁବ ସଂଘର୍ଷ କରିଛନ୍ତି । ୯୦ ଦଶକରେ ଅନେକ ଅସୁବିଧାର ସାମ୍ନା ମଧ୍ୟ କରିଛନ୍ତି ଶାହରୁଖ । ଅନୁପମା ଚୋପ୍ରାଙ୍କ ପୁସ୍ତକ ‘କିଙ୍ଗ ଅଫ୍ ବଲିଉଡ’ ଅନୁସାରେ ମହାରାଷ୍ଟ୍ରର ଡିଜିପି ରାକେଶ ମାରିଆ ମହେଶ ଭଟ୍ଟଙ୍କୁ ସୂଚନା ଦେଇଥିଲେ ଯେ ଶାହରୁଖ ଖାନଙ୍କ ଜୀବନ ବିପଦରେ ରହିଛି। ଅଣ୍ଡରୱାର୍ଲ୍ଡର ଲୋକେ ତାଙ୍କୁ ଟାର୍ଗେଟ କରିଥିବା ନେଇ ଜଣାପଡିଥିଲା । ମହେଶ ଭଟ୍ଟ ସେହି ସମୟରେ ଶାହରୁଖଙ୍କ ସହ ଚାହତ ଏବଂ ଡୁପ୍ଲିକେଟ ଫିଲ୍ମ ନିର୍ମାଣ ପାଇଁ କାମ କରୁଥିଲେ।

ଅଣ୍ଡରୱାର୍ଲ୍ଡ ଡନ୍ ଆବୁ ସଲେମ ଶାହରୁଖଙ୍କୁ କଲ କରି ଧମକ ଦେଇଥିଲେ । ତାଙ୍କର ଏକ ଫିଲ୍ମରେ ସାଇନ୍ କରିବାକୁ ସୁପରଷ୍ଟାରଙ୍କୁ ବାଧ୍ୟ କରିଥିଲେ ଡନ୍ । କିନ୍ତୁ ଶାହାରୁଖ ଏହି ଅଫର ପାଇଁ ମନା କରିଦେଇଥିଲେ । ଖୁବ ଭଦ୍ରାମି ସହ ଶାହରୁଖ ସଲେମଙ୍କ କଥାକୁ ମନା କରିଦେଇଥିଲେ। ସେ ସଲେମଙ୍କ ସହ ବାର୍ତ୍ତାଳାପ ବିଷୟରେ ମହାରାଷ୍ଟ୍ରର ଡିଜିପି ରାକେଶ ମାରିଆଙ୍କୁ ଜଣାଇଥିଲେ । ଆବୁ ସହିତ କେମିତି ମୁକାବିଲା କରିବା ନେଇ ମାରିଆ ଶାହରୁଖଙ୍କୁ ଉପଦେଶ ଦେଇଥିଲେ । ଶାହାରୁଖଙ୍କୁ ମୁମ୍ବାଇ ପୋଲିସର ସୁରକ୍ଷା ମଧ୍ୟ ମିଳିଥିଲା।

ମାରିଆ ଶାହାରୁଖଙ୍କୁ କହିଥିଲେ ଯେ ଯେତେ ବାଧ୍ୟ କଲେ ମଧ୍ୟ ତାଙ୍କୁ ଅନ୍ୟ ତାରାଙ୍କ ବିଷୟରେ ସୂଚନା ଦେବା ଜରୁରୀ ନୁହଁ । ଏହା ସହ ଡନମାନଙ୍କ ସହ ସବୁବେଳେ ଭଲଭାବେ କଥାବାର୍ତ୍ତା ହେବା କୌଣସି ଆବଶ୍ୟକ ନାହିଁ । ସଲେମ କେବେବି ଶାହାରୁଖଙ୍କଠାରୁ ଟଙ୍କା ମାଗିନଥିଲେ, କିନ୍ତୁ ସର୍ବଦା ତାଙ୍କ ଫିଲ୍ମରେ କାମ କରିବାକୁ କହିଥିଲେ ଯେଉଁଥିରେ ଅଣ୍ଡରୱାର୍ଲ୍ଡ ର ଟଙ୍କା ଲାଗିଥିଲା। ଶାହାରୁଖ ମଧ୍ୟ ସଲେମଙ୍କୁ କହିଥିଲେ ଯେ  ସେ ଡନ୍ ମାନଙ୍କ କାମରେ ମୁଣ୍ଡ ପୁରାଉନାହାନ୍ତି ବା ତାଙ୍କୁ କାହାକୁ ଶୁଟ୍ କରିବାକୁ କହୁ ନାହାନ୍ତି । ସେଥିପାଇଁ ତାଙ୍କ କାମରେ କେହି ମୁଣ୍ଡ ପୁରାଇଲେ ଶାହରୁଖ ପସନ୍ଦ କରନ୍ତି ନାହିଁ । ସେ କେଉଁ ଫିଲ୍ମ ସାଇନ୍ କରିବା ଉଚିତ୍ ତାହା ସେ ଭଲ ଭାବେ ଜାଣିଛନ୍ତି । କଡା ଜବାବ ଦେଇ ଶାହରୁଖ ଡନକୁ ଚୁପ କରାଇଥିଲେ । ଏଥିପାଇଁ ସେ ଅନେକ ଅସୁବିଧାର ମଧ୍ୟ ସାମ୍ନା କରିଛନ୍ତି । ତଥାପି ସେ ମାଫିଆ ଅଫରକୁ କେବେ ମଧ୍ୟ ସ୍ୱୀକାର କରିନଥିଲେ ।

https://www.instagram.com/p/B99UL7rluVR/?utm_source=ig_embed

ଆବୁ ସଲେମଙ୍କ ବ୍ୟତୀତ ଶାହରୁଖଙ୍କୁ ଅନେକ ଗୁଣ୍ଡାମାନଙ୍କ ଫୋନ୍ ଆସୁଥିଲା । ଶାହରୁଖ ଏହି ଗ୍ୟାଙ୍ଗଷ୍ଟରମାନଙ୍କ ସହ ଅତି ଭଦ୍ର ଭାବରେ କଥାବାର୍ତ୍ତା କରୁଥିଲେ ସତ ହେଲେ ରାକେଶ ମାରିଆଙ୍କୁ ସମସ୍ତ ସୂଚନା ଦେଉଥିଲେ। କିଛି ବର୍ଷ ଧରି ଏହି ସଂଘର୍ଷ ପରେ ସେ କଲ୍ ରିସିଭ କରିବା ବନ୍ଦ କରିଦେଇଥିଲେ । ଏହି ସମୟ ମଧ୍ୟରେ ଶାହରୁଖ ଏକ ବୁଲେଟ୍ ପ୍ରୁଫ୍ ବିଏମଡବ୍ଲୁ କିଣିଥିଲେ ଏବଂ ପ୍ରାଇଭେଟ ସିକ୍ୟୁରିଟି ଗାର୍ଡ ରଖିବା ଆରମ୍ଭ କରିଥିଲେ। ମହେଶ ଭଟ୍ଟଙ୍କ ଫିଲ୍ମ ଡୁପ୍ଲିକେଟ୍ ସମୟରେ ସେ ତାଙ୍କ ବାସ୍ତବ ଜୀବନର କଠିନ ପରିସ୍ଥିତି ସତ୍ତ୍ୱେ କମେଡି ସିନ୍ସ ଦେଇଥିଲେ । ଏଥିପାଇଁ ମହେଶ ମଧ୍ୟ ଶାହାରୁଖଙ୍କ ସାହସ ନେଇ ବେଶ ପ୍ରଶଂସା କରିଥିଲେ।

Leave a Reply