ଏକା ସାଙ୍ଗରେ ଅନେକ ଶତ୍ରୁଙ୍କୁ ଧୂଳି ଚଟେଇବେ ଶାହରୁଖ ଖାନ !
1 min read
ମୁମ୍ୱାଇ: ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ ‘କିଙ୍ଗ୍’ ଆସିବାକୁ ଯାଉଛି । ଏହା ଆକ୍ସନ ଏବଂ ଏଣ୍ଟରଣ୍ଟେନମେଣ୍ଟ ଫିଲ୍ମ ହେବାକୁ ଯାଉଛି। ସିଦ୍ଧାର୍ଥ ଆନନ୍ଦ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ଏହି ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଦାବି କରାଯାଇଛି ଯେ, ଏହି ଫିଲ୍ମଟି ବଡ଼ ବଡ଼ ଫିଲ୍ମକୁ ପଛରେ ପକାଇଦେବ । କାରଣ ଏଥିରେ ଶାହରୁଖ ଖାନଙ୍କ ସହିତ ତାଙ୍କ ଝିଅ ସୁହାନା ଖାନ ମଧ୍ୟ ‘କିଙ୍ଗ’ରେ ନଜର ଆସିବେ। ଏଥିରେ ପ୍ରଥମ ଥର ପାଇଁ ପ୍ରଶଂସକମାନେ ବାପା-ଝିଅଙ୍କ ଯୋଡ଼ିକୁ ଏକାଠି ଦେଖିବାକୁ ପାଇବେ। ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ମାତାମାନେ ଫିଲ୍ମ ପାଇଁ ଅଭିନେତ୍ରୀ ଖୋଜୁଛନ୍ତି।
‘କିଙ୍ଗ୍’ ଫିଲ୍ମରେ ଶାହରୁଖଙ୍କୁ କେବଳ ଗୋଟିଏ ନୁହେଁ ବରଂ ଅନେକ ଶତ୍ରୁଙ୍କ ସହିତ ଲଢ଼ିବାକୁ ପଡିବ। ଏଥିରେ ମୁଖ୍ୟ ଖଳନାୟକ ରହିଛନ୍ତି । ଫାଇଟ୍ ସିକ୍ୱେନ୍ସ ଯୋଗୁଁ ଫିଲ୍ମର କାହାଣୀ ବହୁତ ଆକର୍ଷଣୀୟ ହେବାକୁ ଯାଉଛି। ଫିଲ୍ମରେ ନାୟକ ଏବଂ ଖଳନାୟକଙ୍କ ପରିବର୍ତ୍ତେ, ଶାହରୁଖ ଅନେକ ଖଳନାୟକଙ୍କ ସହିତ ଲଢ଼ୁଥିବା ଦେଖିବାକୁ ମିଳିବ ।
ନିର୍ମାତାମାନେ ବଡ଼ ପରଦାରେ କିଛି ନୂଆ କରି ଦେଖାଇବାକୁ ଚେଷ୍ଟା କରୁଛନ୍ତି । ଫିଲ୍ମ ପାଇଁ ନିର୍ମାତାମାନେ ଅଭିନେତ୍ରୀ ଖୋଜିବାରେ ଲାଗିପଡିଛନ୍ତି ।ଫିଲ୍ମର ମୁଖ୍ୟ ଭୂମିକା ପାଇଁ ସୁହାନା ଖାନ ଏବଂ ଅଭୟ ବର୍ମାଙ୍କୁ ପୂର୍ବରୁ ଚୂଡ଼ାନ୍ତ କରାଯାଇଛି। କିଙ୍ଗ ଏକ ବଡ଼ ସ୍ତରର ଆକ୍ସନ ଫିଲ୍ମ ହେବାକୁ ଯାଉଛି। ରିପୋର୍ଟ ଅନୁସାରେ, ଫିଲ୍ମର ଅନେକ ପ୍ରମୁଖ ଷ୍ଟଣ୍ଟ ୟୁରୋପରେ ସୁଟିଂ କରାଯିବ। ସିଦ୍ଧାର୍ଥ ଆନନ୍ଦ ଏହି ଦୃଶ୍ୟଗୁଡ଼ିକୁ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ଭାବରେ ଡିଜାଇନ୍ କରିଛନ୍ତି।
ଏହି ଫିଲ୍ମରେ ଚମତ୍କାର ସିନେମାଟୋଗ୍ରାଫି, ଜୋରଦାର ଲଢ଼େଇ ସହ ନୃତ୍ୟ ନିର୍ଦ୍ଦେଶନା ଏବଂ ବଡ଼ ଧରଣର VFX ଦେଖିବାକୁ ମିଳିବ। କିଙ୍ଗର ପ୍ରି-ପ୍ରଡକ୍ସନ ପାଇଁ ଟିମ୍ ବହୁତ ସମୟ ନେଇଛି। ନିର୍ମାତାମାନେ ଏହି ଫିଲ୍ମକୁ ପ୍ରତ୍ୟେକ ଦୃଷ୍ଟିରୁ ଉନ୍ନତ କରିବାକୁ ଚେଷ୍ଟା କରୁଛନ୍ତି। ଏହି ଫିଲ୍ମଟି ୧୦୦୦ କୋଟିରୁ ଅଧିକ ଟଙ୍କା କଲେକ୍ସନ କରିବା ନେଇ କୁହାଯାଉଛି ।