ମନ୍ନତରେ ଆର୍ଯ୍ୟନଙ୍କ ପାଇଁ ଲାଗୁହେଲା କଡ଼ା ନିୟମ

ବଲିଉଡ ସୁପରଷ୍ଟାର ଶାହରୁଖ ଓ ଗୈାରୀଙ୍କ ଏକମାତ୍ର ପୁଅ ଆର୍ଯ୍ୟନ ଖାନ  । ଗତ ଅକ୍ଟୋବର ମାସରେ ଆର୍ଯ୍ୟନ ଡ୍ରଗ୍ କେସ୍ ମାମଲାରେ ଜେଲ ଯାଇଥିବା ବେଳେ ଦୀର୍ଘ ୨୭ ଦିନ ପରେ ମୁମ୍ବାଇରେ ଥିବା ନିଜ ଘର ମନ୍ନତକୁ ଫେରିଥିଲେ  । ଏହି ଅକ୍ଟୋବର ମାସ ଶାହରୁଖ ଏବଂ ଗୈାରୀ ଦୁହିଁଙ୍କ ପାଇଁ ଏକ ଅଭୁଲା ଦିନ  । ଜାମିନ ମିଳିବା ପରେ ଆର୍ଯ୍ୟନ ଆର୍ଥର ରୋଡ ଜେଲରୁ ନିଜ ଘରକୁ ଫେରିଛନ୍ତି  । ମାତ୍ର ଜେଲରୁ ଫେରିବା ପରେ ଶାହରୁଖ ଏବଂ ତାଙ୍କ ପତ୍ନୀ ମନ୍ନତରେ ଆର୍ଯ୍ୟନଙ୍କ ପାଇଁ କିଛି କଡ଼ା ନିୟମ ଲଗାଇଛନ୍ତି  । ଯାହାକୁ ଆର୍ଯ୍ୟନଙ୍କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ  । ନିଜ ପୁଅକୁ ସୁଧାରିବା ପାଇଁ ଉଭୟେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି  । ଶାହରୁଖ ଏବଂ ଗୈାରୀ ଉଭୟ ନିଜ ପୁଅ ଆର୍ଯ୍ୟନକୁ ଖୁବ୍ ଭଲପାଉଥିବା ବେଳେ ଏଭଳି ଭୁଲ ପୁନର୍ବାର ନ ହେବା ଲାଗି ସେ ଆର୍ଯ୍ୟନଙ୍କ ପାଇଁ କିଛି କଡ଼ା ନିୟମ ଲାଗୁ କରିଛନ୍ତି  ।

ଆର୍ଯ୍ୟନଙ୍କ ଉପରେ ନଜର ରଖିବେ ଅଙ୍ଗସୁରକ୍ଷାକାରୀ

ଇଂରାଜୀ ଖବରକାଗଜ ବଲିଉଡ ୱେବସାଇଟର ସୂଚନାନୁସାରେ ଆର୍ଯ୍ୟନଙ୍କ ଉପରେ ନଜର ରଖିବା ପାଇଁ ଶାହରୁଖ ରବି ସିଂଙ୍କୁ ବଡିଗାର୍ଡ ଭାବେ ନିୟୋଜିତ କରିଛନ୍ତି  । ରିପୋର୍ଟ ଅନୁସାରେ ରବି ସିଂ ପୂର୍ବରୁ ଶାହରୁଖ ଖାନଙ୍କ ବଡିଗାର୍ଡ ଥିବାବେଳେ ବର୍ତ୍ତମାନ ପୁଅ ଆର୍ଯ୍ୟନଙ୍କ ପର୍ସନାଲ ବଲିଗାର୍ଡ ଭାବେ ନିୟୋଜିତ ହେଲେ  । ଏବେ ରବି ସିଂ ଆର୍ଯ୍ୟନଙ୍କ ଉପରେ ନଜର ରଖିବେ  ।

ପୁଅକୁ ନେଇ ବହୁତ ଚିନ୍ତିତ ଗୈାରୀ

ନିଜ ପୁଅ ପାଇଁ ଖୁବ୍ ଚିନ୍ତାରେ ଅଛନ୍ତି ଗୈାରୀ ଖାନ  । ଏଥିପାଇଁ ନିଜ ପୁଅର ସିକ୍ରେଟ୍ ରୁଟିନ ପ୍ଲାନ ପ୍ରସ୍ତୁତ କରୁଛନ୍ତି ଗୈାରୀ  । ଆର୍ଯ୍ୟନଙ୍କ ପାଇଁ ଫିଟନେସ ପ୍ଲାନ୍ କରିବା ସହ ତାଙ୍କ ଶୋଇବା ଏବଂ ଉଠିବା ସମୟ ମଧ୍ୟ ସ୍ଥିର କରୁଛନ୍ତି  । ମୋଟାମୋଟି ସେ ଆର୍ଯ୍ୟନଙ୍କ ଜୀବନକୁ ଏକ ଡିସିପ୍ଲିନ ଲାଇଫ୍ କରିବାକୁ ଚେଷ୍ଟା କରୁଛନ୍ତି  ।

 

ଆର୍ଯ୍ୟନ ମାନୁଛନ୍ତି ନିୟମ :

କୁହାଯାଉଛି ଯେ ଆର୍ଯ୍ୟନ ଖାନ ଏ ସବୁ ନିୟମ ମାନିବା ଆରମ୍ଭ କଲେଣି  । ପ୍ରତିଦିନ ସକାଳେ ଯୋଗ କରିବା ସହ ପାଠପଢ଼ା ମଧ୍ୟ ସଠିକ୍ ସମୟରେ ପଢ଼ୁଛନ୍ତି  । ଏସବୁ ମଧ୍ୟରେ ଶାହରୁଖ ଏବଂ ଗୈାରୀ ନିଜର ଅଧିକାଂଶ ସମୟ ନିଜ ପୁଅ ଆର୍ଯ୍ୟନଙ୍କ ସହ ବିତାଉଛନ୍ତି  ।

Leave a Reply