ୟାସିନ ମଲିକକୁ ଆଫ୍ରିଦିଙ୍କ ସମର୍ଥନ, ଅମିତ ମିଶ୍ରା ଦେଲେ ମୁହଁତୋଡ଼ ଜବାବ

1 min read
Shahid Afridi Tweets In Support Of Yasin Malik Amit Mishra Give Befitting Reply

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ଅନେକ ସମୟରେ ଭାରତ ବିରୋଧୀ ବୟାନକୁ ନେଇ ବିବାଦରେ ରୁହନ୍ତି । କିଛିଦିନ ତଳେ ଭାରତକୁ ପାକିସ୍ତାନର ଶତ୍ରୁ ଦେଶ କହିଥିଲେ ଆଫ୍ରିଦି । ଏବେ ଆଫ୍ରିଦି ପ୍ରତିବନ୍ଧିତ ଜମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ ମୁଖ୍ୟ ୟାସିନ୍ ମଲିକଙ୍କୁ ନେଇ ଏକ ବିବାଦୀୟ ଟ୍ୱିଟ୍ କରିଛନ୍ତି । ଟେରର୍ ଫଣ୍ଡିଂ ମାମଲାରେ ୟାସିନ ମଲିକଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ପୂର୍ବରୁ ଆଫ୍ରିଦି ଟ୍ୱିଟ୍ କରିଛନ୍ତି ।

ଆଫ୍ରିଦି ଟ୍ୱିଟ୍ କରି ଲେଖିଛନ୍ତି, ଭାରତ ଯେଉଁ ଭଳି ମାନବାଧିକାର କ୍ଷୁର୍ଣ୍ଣ ବିରୋଧରେ ସ୍ୱରକୁ ଚାପିବାକୁ ଉଦ୍ୟମ କରୁଛି । ତାହା ବ୍ୟର୍ଥ ଯିବ । କାଶ୍ମୀରକୁ ନେଇ ୟାସିନ ମଲିକଙ୍କ ବିରୋଧରେ ଲଗାଯାଇଥିବା ମନଗଢ଼ା ଅଭିଯୋଗ ସ୍ୱାଧୀନତା ସଂଘର୍ଷକୁ ରୋକି ପାରିବ ନାହିଁ । ମୁଁ ଜାତିସଂଘକୁ ଅନୁରୋଧ କରୁଛି, କାଶ୍ମୀର ନେତାଙ୍କ ବିରୋଧରେ ଆସୁଥିବା ଏଭଳି ମାମଲା ଉପରେ ଦୃଷ୍ଟି ଦିଅନ୍ତୁ ।

ଆଫ୍ରିଦିଙ୍କ ଟ୍ୱିଟର ମୁହଁତୋଡ଼ ଜବାବ ଦେଇଛନ୍ତି ସ୍ପିନର ଅମିତ ମିଶ୍ରା । ସେ କାଉଣ୍ଟର ଟ୍ୱିଟ୍ କରି ଲେଖିଛନ୍ତି, ପ୍ରିୟ ସାହିଦ ଆଫ୍ରିଦି ସେ ନିଜେ କୋର୍ଟ ରୁମରେ ନିଜକୁ ଦୋଷୀ ମାନିଛନ୍ତି । ଆପଣଙ୍କ ଜନ୍ମ ତାରିଖ ଭଳି ସବୁକିଛି ଭୁଲ୍ ନୁହେଁ ।