ପୁଅକୁ ଦେଶ ପାଇଁ ସମର୍ପିତ କରିଦେଇଥିଲି, ଆଜି ତା ମୃତ୍ୟୁରେ କାନ୍ଦିବି ନାହିଁ: ଶହୀଦ ଆଶିଷଙ୍କ ମାଆ

ପାନିପଥ: ମୋ ପୁଅ ତ ଦେଶର ଥିଲା । ଆମେ ତାକୁ ଦେଶ ପାଇଁ ସମର୍ପିତ କରିଦେଇଥିଲୁ । ଦୁଃଖ ଆଉ କଷ୍ଟ ତ ବହୁତ ଲାଗୁଛି ହେଲେ କାନ୍ଦିବି ନାହିଁ । ଏମିତି କହିଛନ୍ତି ଅନନ୍ତନାଗରେ ଶହୀଦ ଜଣେ ଯବାନଙ୍କ ମାଆ । ଜମ୍ମୁ କାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ବୀରଗତି ପ୍ରାପ୍ତ କରିଥିବା ମେଜର ଆଶିଷ ଧୋନାକଙ୍କ ମାଆଙ୍କର ଏହି ଶବ୍ଦ ଅଟେ । ଲୁହଭରା ଆଖି ଓ କୋହଭରା କଣ୍ଠରେ ତାଙ୍କ ମାଆ କହିଛନ୍ତି ମୋ ପୁଅର କେବଳ ତିନିଜଣ ଭଉଣୀ ନଥିଲେ । ଦେଶର ସମସ୍ତ ଭଉଣୀ ତାର ଥିଲେ ଏବଂ ସମସ୍ତଙ୍କ ରକ୍ଷା ପାଇଁ ସେ ଶହୀଦ ହୋଇଯାଇଛି । ଅନନ୍ତନାଗରେ ଶହୀଦ ମେଜରଙ୍କ ଘରର ସ୍ଥିତି ବହୁତ ଭାବବିହ୍ୱଳ ଥିଲା ।

ପାନିପତ ବ୍ୟତୀତ ଆଖପାଖର ଲୋକମାନେ ମଧ୍ୟ ତାଙ୍କ ଘର ବାହାରେ ଛିଡା ରହିଥିଲେ ଏବଂ ଶବ ଆସିବାର ଅପେକ୍ଷା କରିଥିଲେ । ସମସ୍ତଙ୍କ ଆଖିରେ ଥିଲା ଲୁହ ଆଉ ଶହୀଦ ଆଶିଷ ଅମର ରହେ ନାରାରେ ଅଞ୍ଚଳ ଫାଟିପଡିଥିଲା । ହେଲେ ଏବେ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ତାଙ୍କ ଶବ ଶୁକ୍ରବାର ଘରେ ପହଞ୍ଚିବ । ଶେଷ ଦର୍ଶନ କରିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ରହିଛି । ମେଜର ଆଶିଷ ଧୋନାକଙ୍କ ଦାଦା କହିଛନ୍ତି ଯେ ଶେଷଥର ଆଶିଷ ସହ ଫୋନରେ କଥା ହୋଇଥିଲୁ । ସେବେ ସେ କହିଥିଲେ ମୁଁ ଅକ୍ଟୋବରରେ ଘରକୁ ଯିବି ଏବଂ ତାପରେ ହିଁ ଘର ସ୍ଥାନାନ୍ତର କରାଯିବ । ପ୍ରକାଶଯୋଗ୍ୟ ପାନୀପଥର ହିଁ ଏକ ଅଞ୍ଚଳରେ ତାଙ୍କ ପରିବାର ଭଡ଼ାରେ ରହୁଥିଲେ । କିଛି ସମୟ ପୂର୍ବେ ହିଁ ପରିବାର ପାନୀପଥର ଟିଡିଆଇରେ ଫ୍ଲାଟ କିଣି ନୂଆ ଘର ବନାଇଥିଲେ ।

ଏଠାକୁ ସେମାନେ ସ୍ଥାନାନ୍ତର ହେବାର ଥିଲା କିନ୍ତୁ ଏବେ ଏହି କୋଠାକୁ ତାଙ୍କର ଶବ ହିଁ ଆସିବ । ପରିବାରର ଯୋଜନା ଥିଲା ଯେ ୨୩ ଅକ୍ଟୋବରରେ ଗୃହ ପ୍ରବେଶର ଆୟୋଜନ କରାଯିବ । ଏହାର କାରଣ ଥିଲା ଯେ ଏହି ଦିନ ମେଜର ଆଶିଷଙ୍କ ଜନ୍ମଦିନ ମଧ୍ୟ ରହିଥିଲା । ସେଥିପାଇଁ ସେ ଛୁଟିରେ ଆସିବାର ଥିଲା । କିନ୍ତୁ ଏବେ ଶେଷ ବିଦାୟ ପାଇଁ ଶବ ହିଁ ଆସିବ । ୩୪ ବର୍ଷୀୟ ଆଶିଷଙ୍କର ଏକ ୪ ବର୍ଷୀୟା ଝିଅ ଅଛି । ଆଶିଷ ମାଆ, ବାପା, ପତ୍ନୀ ଏବଂ ଝିଅକୁ ପଛରେ ଛାଡ଼ି ଚାଲିଯାଇଛନ୍ତି । ମୃତ୍ୟ ଖବର ପରେ ଆଶିଷଙ୍କ ପତ୍ନୀ କାନ୍ଦି କାନ୍ଦି ବେହୋସ ହୋଇଯାଉଛନ୍ତି । ମେଜରଙ୍କ ପରିବାର ଲୋକ କହିଛନ୍ତି ଯେ ତାଙ୍କ ଶବକୁ ଟିଡିଆଇ ସ୍ଥିତ ଘରକୁ ଅଣାଯିବ । ଏହାପରେ ତାଙ୍କ ପୈତୃକ ଗାଁ ବିଞ୍ଝୌଲରେ ଶେଷକୃତ୍ୟ କରାଯିବ ।