spot_img

Latest Posts

ପାକିସ୍ତାନ ନୂଆ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ

ଇସଲାମାବାଦ: ପାକିସ୍ତାନ ପାଇଲା ନୂଆ ପ୍ରଧାନମନ୍ତ୍ରୀ। ପାଓ୍ୱାର୍ ଗେମ୍‌ରେ ଇମ୍ରାନ୍ ଆଉଟ୍ ପରେ ବିରୋଧୀ ଦଳର ଶାହାବାଜ ସରିଫ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ସେ ଦେଶର ୨୩ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି।

ପାକିସ୍ତାନର ନ୍ୟାସନାଲ ଆସେମ୍ବଲିରେ ନିର୍ବାଚିତ ହୋଇଛନ୍ତି ଶାହାବାଜ। ତାଙ୍କ ବିପକ୍ଷରେ ଇମ୍ରାନଙ୍କ ଦଳ PTI ପକ୍ଷରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଲଢ଼ୁଥିଲେ ଶାହ ମହମୁଦ କୁରେସି। ଯାହାଙ୍କୁ ହରାଇ ଶାହାବାଜ ବାଜିମାରି ନେଇଛନ୍ତି। ତେବେ ସୂଚନା ମୁତାବକ ସଂସଦରେ ଭୋଟିଂ ଚାଲିଥିବାବେଳେ ନିର୍ବାଚନ ବର୍ଜନ କରିଥିଲେ PTI ସାଂସଦ।

ସେପଟେମ୍ବର ୧୯୫୧ରେ ଲାହୋରରେ ଶାହାବାଜଙ୍କ ଜନ୍ମ। ସେ ବଡ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସହ ରାଜନୀତିରେ ପାଦ ଥାପିଥିଲେ। ଶାହାବାଜ ୧୯୮୮ରେ ପଞ୍ଜାବ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୮ରେ ଦ୍ବିତୀୟ ଓ ୨୦୧୩ରେ ତୃତୀୟ ଥର ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିଲେ ଶାହାବାଜ।

Latest Posts

Don't Miss