KKR ର ବିଜୟ ପରେ ଖୁସିରେ ନାଚିଲେ ଶାହାରୁଖ, ଭିଡିଓ ଭାଇରାଲ

ଚେନ୍ନାଇ: ଆଇପିଏଲ ୨୦୨୪ ଟ୍ରଫି ନିଜ ନାଁରେ କରିଛନ୍ତି ଶାହରୁଖ ଖାନ୍‌ ଓ ଜୁହି ଚାୱଲାଙ୍କ କେକେଆର ଟିମ  । ଚେନ୍ନାଇ ମହାମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଛି କେକେଆର  । କେକେଆରର ବିଜୟ ପରେ କେବଳ ଟିମ୍‌ ନୁହେଁ ଶାହାରୁଖଙ୍କ ପରିବାର ମଧ୍ୟ ଏହି ଖୁସିକୁ ସେଲିବ୍ରେଟ କରିଛି  । କେକେଆରର ବିଜୟ ପରେ ଶାହାରୁଖ ନିଜ ସିଗ୍ନେଚର ଷ୍ଟାଇଲରେ ପୋଜ୍‌ ଦେଇଛନ୍ତି  । ଏହାପରେ ମଇଦାନକୁ ଓହ୍ଲାଇ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି କିଙ୍ଗ ଖାନ୍‌ । ବିଜୟ ସେଲିବ୍ରେସନରେ ଶାହାରୁଖ ପତ୍ନୀଙ୍କ ମଥାରେ କିସ୍‌ କରିଥିବା ଭିଡିଓ ବି ଭାଇରାଲ ହେବାରେ ଲାଗିଛି  ।

କୋଲକାତା ନାଇଟ ରାଇଡର୍ସର ବିଜୟ ପରେ ଶାହାରୁଖ ଖାନ୍‌ଙ୍କୁ ଖୁସି ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି  । ଦୀର୍ଘ ବର୍ଷ ପରେ ଶାହାରୁଖଙ୍କ ଟିମ୍‌ କେକେଆର ଆଇପିଏଲ ଟ୍ରଫି ଜିତିଛି ।

ନିକଟରେ ଲୁ କାରଣରୁ କିଙ୍ଗ ଖାନଙ୍କ ଡିହାଇଡ୍ରେସନ ହୋଇଥିଲା  । ଯେଉଁଥିପାଇଁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ  । ସାମାନ୍ୟ ସୁସ୍ଥ ହେବା ପରେ ସିଧାସଳଖ ଚେନ୍ନାଇରେ ପହଞ୍ଚିଥିଲେ ଶାହାରୁଖ  । ଆଇପିଏଲ ୨୦୨୪ର ଫାଇନାଲ ମ୍ୟାଚ ଦେଖିବା ପାଇଁ ଝିଅ ସୁହାନା, ପୁଅ ଆର୍ୟନ ଓ ଅବରାମ ଏବଂ ପତ୍ନୀ ଗୌରୀ ଖାନଙ୍କ ସହ ଗ୍ୟାଲେରୀରେ ଶାହାରୁଖଙ୍କୁ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା  ।

ଶାହାରୁଖଙ୍କ ସହ ତାଙ୍କ ମ୍ୟାନେଜର ପୂଜା ଦଦଲାନୀ ବି ତାଙ୍କ ସହ ନଜର ଆସିଥିଲେ  । କିଙ୍ଗ ଖାନଙ୍କ ପରିବାର ସମେତ ତାଙ୍କର ସବୁଠାରୁ ଭଲ ସାଙ୍ଗ ଅନନ୍ୟା ପାଣ୍ଡେ ଓ ସନାୟା କପୁର ମଧ୍ୟ କେକେଆରକୁ ଚିଅର ଅପ୍‌ କରିବା ପାଇଁ ଚେନ୍ନାଇରେ ପହଞ୍ଚିଥିଲେ  ।