ଆର୍ଯ୍ୟନଙ୍କ ଲାଗି ଅଡ଼ୁଆରେ ଶାହାରୁଖ୍‌ଙ୍କ ଡୁପ୍ଳିକେଟ୍: ଜାଣନ୍ତୁ କାହିଁକି?

1 min read

ମୁମ୍ୱାଇ: ପୁଅ ଆର୍ଯ୍ୟନଙ୍କ ଲାଗି ତ ଅଡୁଆରେ ସୁପରଷ୍ଟାର ଶାହାରୁଖ ଖାନ । ହେଲେ ଶାହାରୁଖଙ୍କ ଲାଗି ଏବେ ଖୁବ୍ ଅସୁବିଧାରେ ତାଙ୍କର ଅବିକଳ ନକଲ କରୁଥିବା ଆର୍ଟିଷ୍ଟ ଦୁର୍ଗା ରାହିକ୍ୱାର ଓରଫ ରାଜୁ ରାହିକ୍ୱାର ଶାହ ଓ ହାଇଦର ମକବୁଲ । ରାଜୁ କହିଛନ୍ତି- ପୁଅଙ୍କ ମାମଲା ନେଇ ଶାହାରୁଖ ଅଡୁଆରେ ପଡିବା ପରେ ସେ ନିଜେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କୋଭିଡ ଯୋଗୁ ଗତ ଦେଢ ବର୍ଷ ଧରି କୌଣସି ଇଭେଣ୍ଟ ଆୟୋଜିତ ହୋଇପାରି ନଥିଲା । କରୋନା ପରେ ସ୍ୱାଭାବିକ ସ୍ଥିତି ଫେରିଆସୁଥିବାବେଳେ ଶାହାରୁଖଙ୍କ ଏହି ଅଡୁଆ ଯୋଗୁ ତାଙ୍କର ବି ଇଭେଣ୍ଟ ଆଶା ଧୂଳିସାତ ହୋଇଛି । ଗତ ୧୦ ତାରିଖରେ ଜୟପୁରରେ ଏକ ବାର୍ଥଡେ ପାର୍ଟିରେ ସେ ଯୋଗଦେବାର ଥିଲା । ମାତ୍ର ଏହି ଉତ୍ସବକୁ ବାତିଲ କରିଦିଆଯାଇଥିଲା ।

ଆୟୋଜକମାନେ କହିଥିଲେ- ଶାହାରୁଖଙ୍କ ବର୍ତ୍ତମାନର ଭାବମୂର୍ତ୍ତି ଏବେ ମଳିନ ଏବଂ ଜନମାନସରେ ତାଙ୍କର କ୍ରେଜ ନାହିଁ । ପ୍ରାୟ ଦୁଇ ଦଶନ୍ଧି ଧରି କିଙ୍ଗ ଖାନଙ୍କୁ ନେଇ ନିଜର ଉପାର୍ଜନର ମାର୍ଗ ବାଛିଥିବା ରାଜୁ ଏବେ ଉପାୟହୀନ । ସେ ଗଭୀର ଦୁର୍ଦ୍ଦିନରେ କାଳ କାଟୁଛନ୍ତି । ସେ ଶାହାରୁଖଙ୍କୁ ଗଡଫାଦର ବୋଲି ମାନିଥିଲେ । ମାତ୍ର ଏବେ ସବୁକିଛି ବଦଳିଯାଇଛି । ଆର୍ଯ୍ୟନ ଖାନ ପ୍ରସଙ୍ଗରେ ସେ କହିଛନ୍ତି – ଆର୍ଯ୍ୟନ ନିର୍ଦ୍ଦୋଷ । ଏହି ସୁପରଷ୍ଟାର ପରିବାରକୁ ଟାର୍ଗେଟ କରାଯାଇଛି ବୋଲି ସେ କହିଛନ୍ତି । ରାଜୁଙ୍କ ପରି ଶାହାରୁଖଙ୍କ ନକଲ କରୁଥିବା ହାଇଦର ମକବୁଲ ବି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କିଛି କାର୍ଯ୍ୟକ୍ରମରେ ସେ ଯୋଗ ଦେବା ଲାଗି ନିର୍ଦ୍ଧାରିତ ହୋଇଥିଲା । ମାତ୍ର ସେ ସବୁ ଏବେ ବାତିଲ ହୋଇଯାଇଛି ।

ଏଥିସହିତ ପଢ଼ନ୍ତୁ: ଘୁଞ୍ଚିଲା ଆର୍ଯ୍ୟନ ଖାନଙ୍କ ଜାମିନ, ୧୩ ରେ ଅପରାହ୍ନରେ ସାନି ଶୁଣାଣି

 

Leave a Reply