ଆଜି କିଙ୍ଗ ଖାନଙ୍କ ଜନ୍ମଦିନ, ମିଡନାଇଟରେ ବାଲକୋନିରୁ ଫ୍ୟାନଙ୍କୁ ଭେଟିଲେ ଶାହରୁଖ

ମୁମ୍ବାଇ: ଆଜି ବଲିଉଡର କିଙ୍ଗ ଖାନ ଶାହରୁଖ ଖାନଙ୍କ ଜନ୍ମଦିନ । ୫୮ ବର୍ଷ ବୟସରେ ପାଦ ଦେଲେ ଶାହାରୁଖ । ମିଡନାଇଟରେ ମନ୍ନତ ସାମନାରେ  ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଫ୍ୟାନ , ଫ୍ୟାନମାନଙ୍କୁ ବାଲକୋନିରୁ ହାତ ହଲାଇ ଶୁଭେଚ୍ଛା ଜଣାଇଥିଲେ ବାଦଶାହା । ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଆଜି ବି ରୋମାଣ୍ଟିକ ଷ୍ଟାର ଭାବେ ଶାହରୁଖ ଅଛନ୍ତି ଫ୍ୟାନଙ୍କ ହୃଦୟରେ । ଜନ୍ମଦିନ ଅବସରରେ ବଲିଉଡ୍ ବାଦଶାହାଙ୍କ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସେପଟେ ଆଜି ଜନ୍ମଦିନରେ ଶାହାରୁଖଙ୍କ ଅପକମିଂ ଫିଲ୍ମ ‘ଡଙ୍କି’ର ଟିଜର ରିଲିଜ ହେବ। ଫିଲ୍ମଟି ଡସେମ୍ବର ୨୨ ରେ ପରଦାକୁ ଆସିବ ଏହି ଫିଲ୍ମ ।