ଫିଲ୍ମ ଫେଷ୍ଟିଭାଲ ମଞ୍ଚରୁ ବଏକଟ୍ ଗ୍ୟାଙ୍ଗକୁ ଶାହରୁଖଙ୍କ ଜବାବ, ଦୁନିଆରେ ଏବେବି ସକରାତ୍ମକ ଲୋକ ବଞ୍ଚିଛନ୍ତି

କୋଲକାତା: ବଲିଉଡ ପିଛା ଛାଡୁନି ବିବାଦ । ଆମୀର ଖାନଙ୍କ ଲାଲ ସିଂ ଚଡ୍ଡା ଶାହାରୁଖ, ଦୀପିକାଙ୍କ ଫିଲ୍ମ ପଠାନକୁ ନେଇ ଜୋରଦାର ବିରୋଧ । ପଠାନର ପ୍ରଥମ ଗୀତ ରିଲିଜ ପରେ ଦୀପିକାଙ୍କ ଡ୍ରେସକୁ ନେଇ ବିବାଦ ତେଜିଛି । ପଠାନ ଫିଲର ଗୀତରେ ଦୀପିକା ପାଦୁକୋନଙ୍କ ଡ୍ରେସକୋଡ ଫ୍ୟାନଙ୍କୁ ପସନ୍ଦ ଆସି ନଥିବା ବେଳେ ସୋସିଆଲ ମିଡିଆରେ ବୟକଟ୍‌ ହାସଟ୍ୟାଗ୍ ଟ୍ରେଣ୍ଡ କରୁଛି । ଏଭଳି ବିବାଦ ଭିତରେ କୋଲାକାତରେ ଚାଲିଥିବା ଫିଲ୍ମ ଫେଷ୍ଟିଭାଲରେ ଭାଷଣ ଦେଇଛନ୍ତି ଶାହାରୁଖ ଖାନ୍‌ ।

ଦୁନିଆ କିଛି ବି କହୁ ମୁଁ ଆଉ ଆପଣ ଜିନ୍ଦା ଅଛୁ ବୋଲି କହିଛନ୍ତି ଶାହାରୁଖ ଖାନ୍‌ । କୋଲକାତା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲର ଆରମ୍ଭ ଆଜି ଅର୍ଥାତ ଗୁରୁବାରଠୁ ଆରମ୍ଭ ହୋଇଯାଇଛି ଏବଂ ଆଜିର ଉଦଘାଟନୀ ସମାରୋହରେ ଅନେକ ତାରକା ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରେ ଅମିତାଭ ବଚ୍ଚନ, ଶାହରୁଖ ଖାନ, ରାନୀ ମୁଖର୍ଜୀ, କୁମାର ସାନୁ, ଜୟା ବଚ୍ଚନ, ଶତ୍ରୁଘ୍ନ ସିହ୍ନା, ଅରିଜିତ ସିଂହ ଏବଂ ସୌରଭ ଗାଙ୍ଗୁଲି ସାମିଲ ଥିଲେ । ଏହି ଅବସରରେ ଶାହରୁଖ ଷ୍ଟେଜକୁ ଆସି ଅନେକ ପ୍ରସଙ୍ଗ ଉପରେ ଟିପ୍ପଣୀ ଦେଇଥିଲେ ଏବଂ ପିଜିଟିଭିଟିକୁ ନେଇ ମଧ୍ୟ ଏକ ମେସେଜ୍ ଦେଇଥିଲେ ।

ଶାହରୁଖ କହିଛନ୍ତି, କିଛି ଦିନ ହେବ ମୁଁ ଏଠାକୁ ଆସିପାରି ନଥିଲି। ଆପଣଙ୍କ ସହ ଭେଟ ହୋଇ ନଥିଲା। କିନ୍ତୁ ଏବେକାର ଦୁନିଆ ସ୍ୱାଭାବିକ ହୋଇଛି। ଆମେ ସମସ୍ତେ ଖୁସି। ମୁଁ ସବୁଠୁ ଅଧିକ ଖୁସି । ଆଉ ଏ କଥା କହିବା ପାଇଁ କୌଣସି ଆପତ୍ତି ନାହିଁ, ଦୁନିଆ କିଛି ବି କରୁ ମୁଁ ଆଉ ଆପଣ ଯେତେବି ପଜିଟିଭ ଲୋକେ ଅଛନ୍ତି ସମସ୍ତେ ବଞ୍ଚିଛେ । ଥ୍ୟାଙ୍କ ୟୁ ଭେରି ମଚ୍ ।

ଶାହରୁଖ ଆଗକୁ କହିଥିଲେ, ସାମାଜିକ ଗଣମାଧ୍ୟମ ସବୁବେଳେ ଦେଖିବାର ନିଶ୍ଚିତ ସଙ୍କୀର୍ଣ୍ଣତାରୁ ପ୍ରେରିତ ହୋଇଥାଏ । ଏହା ମଣିଷର ସ୍ୱଭାବକୁ ତାର ନିମ୍ନସ୍ତର ପର୍ଯ୍ୟନ୍ତ ସୀମିତ କରିଥାଏ । ମୁଁ କେଉଁଠି ପଢ଼ିଥିଲି ଯେ, ନକାରାତ୍ମକତା ସୋସିଆଲ ମିଡିଆ ବ୍ୟବହାରକୁ ବଢ଼ାଇ ଥାଏ ଏବଂ ଏହା  ଦ୍ୱାରା ଏହାର ବ୍ୟବସାୟିକ ମୂଲ୍ୟ ମଧ୍ୟ ବଢ଼ିଥାଏ । ଏହିପରି ଅନୁସନ୍ଧାନଗୁଡିକ ସାମୂହିକ କାହାଣୀକୁ ଆବଦ୍ଧ କରି ଏହାକୁ ବିଭାଜନକାରୀ ଏବଂ ବିନାଶକାରୀ କରିଥାଏ । ଏହି କାର୍ଯ୍ୟକ୍ରମରେ ସେ ଏକ ସଂଳାପ ମଧ୍ୟ କହିଥିଲେ ଯେ ‘ଅପନୀ କୁର୍ଶିକି ପେଟି ବାନ୍ଧ ଲୋ, ମୌସମ ବିଗଡ଼ନେବାଲା ହୈ।’ ଉପସ୍ଥିତ ଦର୍ଶକମାନେ ତାଙ୍କର ଏହି ଭାଷଣରେ କରତାଳି ମାରିଥିଲେ ।