ବିଶ୍ବର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକା ପ୍ରକାଶ କଲା ଟାଇମ ମାଗାଜିନ

ନନ୍ଦିଘୋଷ ବ୍ୟୁରୋ: ପ୍ରକାଶ ପାଇଲା ଟାଇମ୍ ମାଗାଜିନରେ ବିଶ୍ବର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକା । ବିଶ୍ବର ବିଭିନ୍ନ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଥିବା ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ ହୋଇଛନ୍ତି ବଲିଉଡ ସୁପରଷ୍ଟାର ଶାହରୁଖ୍ ଖାନ୍, ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ଏସ୍.ଏସ୍. ରାଜାମୌଲି, ବିଶ୍ବବିଖ୍ୟାତ ଲେଖକ ତଥା ଔପନ୍ୟାସିକ ସଲମାନ ରସଡି ।

ତାଲିକାର ଶୀର୍ଷରେ ଅଛନ୍ତି ଆମେରିକୀୟ ଅଭିନେତା, ପ୍ରଯୋଜକ ଓ ନିର୍ଦ୍ଦେଶକ ମାଇକେଲ ବି. ଜୋର୍ଡାନ । ଏହି ତାଲିକାରେ ବି ସ୍ଥାନ ପାଇଛନ୍ତି ଟେଲିଭିଜନ ଉପସ୍ଥାପିକା ତଥା ବିଚାରକ ପଦ୍ମା ଲକ୍ଷ୍ମୀ ।

୨୦୨୩ର ୧୦୦ ସର୍ବାଧିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, କିଙ୍ଗ୍ ଚାର୍ଲସ, ସିରିୟାର ସାମାଜିକ କାର୍ଯ୍ୟକର୍ତ୍ତା ସାରା ମାର୍ଦିନୀ ଓ ୟୁସରା ମାର୍ଦିନୀ, ମଡେଲ ମେଲା ହଦିଦ୍, ଟୁଇଟର ମାଲିକ ତଥା ବିଲୋନେୟାର ସିଇଓ ଏଲନ ମସ୍କ. ଫୁଟବଲ ତାରକା ଲିଓନେଲ ମେସି ଏବଂ ଖ୍ୟାତାନାମା ଗାୟିକା ତଥା ଅଭିନେତ୍ରୀ ବ୍ୟୋଂସେ ମଧ୍ୟ ସାମିଲ ଅଛନ୍ତି।