ଦିଲ୍ଲୀ ମହିଳା କମିଶନରଙ୍କ ଚାଞ୍ଚଲ୍ୟକର ବୟାନ, ବାପା ଦେଉଥିଲେ ନିର୍ଯାତନା
ନୂଆଦିଲ୍ଲୀ: ମୋ ବାପା ମୋତେ ଦେଇଛନ୍ତି ଯୌନ ନିର୍ଯାତନା । ଯେତେବେଳେ ଛୋଟ ଥିଲି ସେତେବେଳେ ଅକୁହା ନିର୍ଯାତିତ ହୋଇଛି । ଏ ସବୁ ଅନ୍ୟ କେହି କରୁନଥିଲେ । ବଂର ଖୋଦ ଜନ୍ମ କଲା ବାପା ହିଁ ଦେଉଥିଲେ ଯୌନ ନିର୍ଯାତନା । ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଦିଲ୍ଲୀ ମହିଳା କମିଶନର ସ୍ୱାତୀ ମାଲୱାଲ । ବାପାଙ୍କ ନିର୍ଯାତିତ କାହାଣୀକୁ ସର୍ବ ସମ୍ମୁଖରେ ଉପସ୍,ଥାପନ କରିଛନ୍ତି ଦିଲ୍ଲୀ ମହିଳା କମିଶନର । ସ୍ୱାତୀ କହିଛନ୍ତି ଯେତେବେଳେ ଛୋଟ ଥିଲି ମୋ ବାପା ଦେଉଥିଲେ ଯୌନ ନିର୍ଯାତନା । ସବୁ ବେଳେ ମୋତେ ନିର୍ଯାତନା ଦେଉଥିଲେ । ଘରକୁ ଆସବା ମାତ୍ରେ ମୁଁ ଖୁବ ଭୟଭୀତ ହୋଇପଡ଼େ। କାରଣ ଆସୁ ଆସୁ ପିଟୁଥିଲେ ।
ସ୍ୱାତୀ ଏକଥା ମଧ୍ୟ କହିଛନ୍ତି । ବାପାଙ୍କ ପ୍ରତି ମୋର ବହୁତ ଭୟ ଥିଲା । ବାପା ଯେତେବେଳେ ଘରକୁ ଆସନ୍ତି ମୁଁ ବେଡ୍ ତଳେ ଲୁଚି ଯାଏ। ଦିଲ୍ଲୀ ମହିଳା କମଶନର ସ୍ୱାତୀ ମାଲୱାଲଙ୍କ ଏଭଳି ବୟାନ ଏବେ ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ସେପଟେ ୩ଦିନ ତଳେ ବିଜେପି ନେତ୍ରୀ ଖୁସବୋ ସୁନ୍ଦର ନିଜ ବାପାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ପୂର୍ବରୁ ଖୁସବୋ କହିଥିଲେ ଯେ, ମୋ ସହିତ ଯାହ ଘଟିଛି ମୁଁ ତାକୁ ପ୍ରକାଶ କରିବାକୁ ଯାଉଛି । ଏଭଳି ଘଟଣାକୁ କହୁବାରେ ମୋତେ ଖରାପ ଲାଗୁନାହିଁ । କାରଣ ଯିଏ ଏ କାଣ୍ଡ ଘଟାଇଛନ୍ତି, ସେ ଦୋଷୀ ସାବସ୍ତ୍ୟ ହେବା ଦରକାର । ବିଜେପି ନେତ୍ରୀ ଖୁସବୋ କହିଛନ୍ତି, ଯେତେବେଳେ ମୁଁ ୮ ବର୍ଷର ହୋଇଥିଲି , ସେତେବେଳେ ଯୈନ ନିର୍ଯାତନାର ଶିକାର ହୋଇଥିଲି ।
ଏ ନିର୍ଯାତନାର ଅନେକ ମହିଳା ଶିକାର ହେଉଛନ୍ତି । ଅନେକ କହି ପାରୁ ନାହାଁନ୍ତି । ଲୋକଲଜ୍ୟା ସମାଜର ଭଲ ନଜରରେ ରହିବା ପାଇଁ ଅୱେକ ଦୁଃଖ ସୁଖକୁ ଚାପି ରଖୁଛନ୍ତି । କିନ୍ତୁ ମୋତେ ଯେତେବେଳେ ୧୫ ବର୍ଷ ହୋଇଥିଲା ସେତେବେଳେ ମୁଁ ବିଦ୍ରୋହ ଆରମ୍ଭ କରିଥିଲି । ଆଉ କାହା ବିରୋଧରେ ନୁହେନଁ, ଖୋଦ ନିଜ ବାପାଙ୍କ ବିରୋଧରେ । ସେ.ଥିପାୱଇଁ ସେ ଘର ଛାଡି ଅନ୍ୟତ୍ର ପଳାୟନ କଲେ ।କିନ୍ତୁ ସେଥିପାୱଇଁ ମୁଁ ଦୁଖିତ ନୁହେଁ କାରଣ ସେ ମୋତେ ଦେଇଥିଲେ ଯୌନ ନିର୍ଯାତନା ।