ଭବାନୀପାଟଣା ସହରର ରାମନଗର ପଡ଼ାରେ ସେକ୍ସ ରାକେଟ୍ ଠାବ

କଳାହାଣ୍ଡି: ଭବାନୀପାଟଣା ସହରର ରାମନଗର ପଡ଼ାରୁ ସେକ୍ସ ରେକେଟ୍ ଠାବ। ୨ ଜଣ ଦେହଜୀବୀଙ୍କ ସହ ଦଲାଲଙ୍କୁ ଉଠାଇ ଆଣିଲା ପୋଲିସ୍ । ଦୀର୍ଘବର୍ଷ ଧରି ଏଠାରେ ସେକ୍ସ ରାକେଟ ଚାଲିଥିବା ସୂଚନା ପାଇଥିଲା ପୋଲିସ । ସଦର ଏସଡିପିଓଙ୍କ ନିର୍ଦ୍ଦେଶରେ ଚଢାଉ କରିଥିଲା ପୋଲିସ୍ ଟିମ୍ । ରାମନଗର ପଡ଼ାରୁ ଦୁଇଜଣ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ଦଲାଲକୁ ଗିରଫ କରିଛି ପୋଲିସ୍ ।