କନସଲଟେନ୍ସି ନାଁରେ ଦେହ ବେପାର, ୪ ଯୁବତୀ ଉଦ୍ଧାର

ଭୁବନେଶ୍ୱର: କନସଲଟେନ୍ସି ନାରେ ଚାଲିଥିଲା ଦେହ ବ୍ୟବସାୟ । ଅଭିଯୋଗ ପାଇବା ପରେ ରେଡ଼ କଲା କମିଶନରେଟ ପୋଲିସ । ବିଭିନ୍ନ କ୍ଷେତ୍ରରେ ପରାମର୍ଶ ପାଇବା ନାଁ ରେ ଖୋଲାଯାଇଥିବା ଏହି ଅନୁଷ୍ଠାନରେ ଦେହବେପାର ଚାଲୁଥିବା ଅଭିଯୋଗ ପାଇଥିଲା ପୋଲିସ ।
କମିଶନରେଟ ପୋଲିସର ଏକ ଟିମ ଏଠାରେ ଚଢାଉ କରିଥିଲା । ଜଣେ ଦେହ ଦଲାଲୀକୁ ଗିରଫ କରିବା ସହ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ । ସେପଟେ ମିଳିଥିବା ସୂଚନା ମୁତାବକ ଗିରଫ ହୋଇଥିବା ଦଲାଲୀର ନାଁ ହେଉଛି ଲକ୍ଷ୍ମୀନାରାୟଣ ପଟ୍ଟନାୟକ ।